ବାଲେଶ୍ୱରରେ ପ୍ଲାନେଟ୍ ଫ୍ୟାଶନ୍ର ନବୀକୃତ ଶୋ’ରୁମ୍ ଉଦ୍ଘାଟିତ
ବାଲେଶ୍ୱର(ସରୋଜ ପଣ୍ଡା) : ବାଲେଶ୍ୱର ସହରରେ ପ୍ରିମିୟମ୍ ଫ୍ୟାଶନ୍ ବ୍ରାଣ୍ଡ୍ର ଲୋକପ୍ରିୟ ଶୋ’ରୁମ୍ ପ୍ଲାନେଟ୍ ଫ୍ୟାଶନ୍ର ନବୀକୃତ ଶୋ’ରୁମ୍ ଉଦ୍ଘାଟିତ ହୋଇଛି। ଏହି ଶୋ’ରୁମ୍ରେ ଆଲେନ୍ ସୋଲି, ଭାନ୍ ହ୍ୟୁସେନ୍, ଲୁଇସ୍ ଫିଲିପ୍ ଏବଂ ଆମେରିକାନ୍ ଇଗଲ୍ ଭଳି ପ୍ରତିଷ୍ଠିତ ପ୍ରିମିୟମ୍ ବ୍ରାଣ୍ଡ୍ର ବିଭିନ୍ନ ପୋଷାକ ଓ ଫ୍ୟାଶନ୍ ସାମଗ୍ରୀ ଗ୍ରାହକମାନେ ଗୋଟିଏ ଛାତ ତଳେ ପାଇପାରିବେ। ଶୋ’ରୁମ୍ର ନବୀକରଣ ପରେ ଗ୍ରାହକମାନଙ୍କୁ ଆହୁରି ଉନ୍ନତ କ୍ରୟ ଅନୁଭୂତି ପ୍ରଦାନ କରିବା ସହିତ ବିଭିନ୍ନ ଫ୍ୟାଶନ୍ ବ୍ରାଣ୍ଡ୍ର ନୂତନ କଲେକ୍ସନ୍ ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଦ୍ଘାଟନ ଅବସରରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର୍ ମଧ୍ୟ ରହିଛି ବୋଲି ଶୋ’ରୁମ୍ର ମାଲିକ ରାକେଶ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହି ନବୀକୃତ ଶୋ’ରୁମ୍ ସହରର ଫ୍ୟାଶନ୍ ପ୍ରେମୀ ଗ୍ରାହକଙ୍କୁ ଏକ ସ୍ଥାନରେ ନିଜ ପସନ୍ଦର ପ୍ରିମିୟମ୍ ବ୍ରାଣ୍ଡ୍ର ପୋଷାକ କିଣିବାର ସୁଯୋଗ ପ୍ରଦାନ କରିବ।


