ଗିଫ୍ଟ ମୋଡେଲ ସ୍କୁଲର ୮ମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳଖେମୁଣ୍ଡି ଠାରେ ଥିବା ଗିଫ୍ଟ ମୋଡେଲ ସ୍କୁଲର ଅଷ୍ଟମ ପ୍ରତିଷ୍ଠା ଦିବସ ଏବଂ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ କେ. ନାରାୟଣ ରାଓ ଯୋଗ ଦେଇ କହିଛନ୍ତି,”ଶିକ୍ଷା ହିଁ ଏକ ମାତ୍ର ଶକ୍ତିଶାଳୀ ଅସ୍ତ୍ର. ବିଶ୍ଵକୁ ପରିବର୍ତ୍ତନ କରିବା ସହ ଶିକ୍ଷାର ମାନଦଣ୍ଡକୁ ସଂକଳ୍ପ ଭାବେ ଉନ୍ନତି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆୱାନ ଦେଇଥିଲେ. ଗଜପତି ଜିଲ୍ଲାର ବିକାଶ ପାଇଁ ଗରିବ ପଛୁଆ ବର୍ଗ ଏବଂ ସମସ୍ତ ପିଲାମାନଙ୍କୁ ଦୀର୍ଘ ଅଠ ବର୍ଷ ଗିଫ୍ଟ ମୋଡେଲ ସ୍କୁଲ୍ ବିନାମୂଲ୍ୟରେ ସିକ୍ଷା ପ୍ରଧାନ କରି ଆସୁଥିବାରୁ ଗିଫ୍ଟ ଅନୁଷ୍ଟନ ର ସମସ୍ତ କର୍ମକର୍ତା ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ. ଏହି ବାର୍ଷିକ ଉତ୍ସବ ପାଳନର ମୁଖ ବକ୍ତା ଭାବରେ ଡ଼.ପ୍ରୋଫେସର ଆଚାର୍ଯ୍ୟ ରାଜ୍ ପତି ପାଣି ଯୋଗ ଦେଇ ନିଜ ଅଭିଭାଷଣରେ ଆଜି ର ଶିଶୁ ଭବିଷ୍ୟତ ର ନେତା ବୋଲି କହି ପିଲା ମାନଙ୍କ ଏବଂ ଅଭିଭାବକଙ୍କ ମନ ରେ ଆନନ୍ଦ ଆଣି ଦେଇଥିଲା.ସମ୍ମାନୀତ ଅତିଥି ଭାବର କାଶୀନଗର ଥାନା ଭାର ପ୍ରାପ୍ତ ଅଧିକାରି ଗୋବିନ୍ଦ ଗୌଡ ଯୋଗ ଦେଇ ଥିବାବେଳେ ଅତିଥି ଭାବରେ ସ୍ଥାନୀୟ ସିଧାମଡଙ୍ଗ ସରପଞ୍ଚ ଜି ସ୍ଵର୍ଣ୍ଣ ମଞ୍ଜୁରୀ ମଞ୍ଚରେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ରେ ବିଜୟ ଲାଭ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଗଲା. ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶାତ୍ମକ ଗୀତ ଏବଂ ସାଂସ୍କୃତିକ ସଙ୍ଗୀତ ନୃତ୍ୟ ପ୍ରଦର୍ଶନ କରିଥିଲେ ଶେଷରେ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ନିର୍ଦେଶକ ଆମୋଦ କୁମାର ବର୍ଦ୍ଧନ ଧନ୍ୟବାଦ ଅର୍ପଣ କରିଥିଲେ.