ପାକିସ୍ତାନର ସାଥି ସାତ ଦେବାକୁ ମନା କରିଦେଲା

ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ୍): ଭାରତ ସରକାର ଜାମ୍ମୁ –କାଶ୍ମୀର ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ଉପରେ ଇର୍ଷାରେ ଜର୍ଜରିତ ହେଉଛି । ପାକିସ୍ତାନର ବନ୍ଧୁ କୁହାଯାଉଥିବା ଚୀନ ପାକିସ୍ତାନକୁ ସାହାର୍ଯ୍ୟ କରିବ ବୋଲି ପାକିସ୍ତାନ ଆଶା ପ୍ରକଟ ରଖିଥିଲା । କିନ୍ତୁ ଭାରତ ଓ ପାକିସ୍ତାନ ଜାମ୍ମୁ କାଶ୍ମୀର ବିସୟରେ ମୁଣ୍ଡ ଖେଳାଇବ ନାହିଁ ବୋଲି ପରୋକ୍ଷରେ ପାକିସ୍ତାନକୁ ସୂଚନା ଦେଇଛି ଚୀନ । ପାକିସ୍ତାନ ସରକାର ଇମ୍ରାନଖାନ ଆଶା ପ୍ରକଟ ରଖିଥିଲେ ଚୀନ ଆମ ବିପଦ ସମୟରେ ସାଥ ଦେବ ବୋଲି କିନ୍ତୁ ଚୀନ ପରୋକ୍ଷରେ ମନା କରିଦେଇଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଚାଇନା ଯାଇଥିବାର ଖବର ମିଳିଥିବାରୁ ବେଜିଂ ନିଜର ମତ ସ୍ପଷ୍ଟ କରିଦେଇଛି । ଏହା ସହ ଭାରତ ଓ ପାକିସ୍ତାନ ମଧ୍ୟରେ ବୁଝାମଣା କରି ସମାଧାନ କରିବା ଆବଶ୍ୟକ ବୋଲି କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ