ଗୁଞ ପକ୍ଷରୁ କରୋନା ମୁକାବିଲା ସହାୟତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ୱକୁ କବଳିତ କରିସାରିଲାଣି।ଭାରତରେ ମୃତ୍ୟୁ ସଂଖ୍ୟା ପ୍ରାୟ ନଅ ଶହ ଛୁଇଁ ଥିବା ବେଳେ ଆକ୍ରାନ୍ତ ସଂଖ୍ୟା ପଚିଶ ହଜାର ରେ ପହଞ୍ଚି ଲାଣି।ଓଡିଶା ରେ ମଧ୍ୟ ସଂକ୍ରମିତ ସଂଖ୍ୟା ୧୧୮ ରେ ପହଞ୍ଚିଛି। କନ୍ଧମାଳ ଜିଲ୍ଲାରେ ଏଯାବତ ରୋଗୀ ଚିହ୍ନଟ ହୋଇ ନଥିଲେ ହେଁ ଲକଡାଉନ ଯୋଗୁଁ ଗରିବ ଲୋକ ଓ ଯାଯାବର ଶ୍ରେଣୀର ଲୋକମାନେ ସୁବିଧାରେ ଖାଦ୍ୟପେୟ ପାଇବା ପାଇଁ ଅସୁବିଧା ଆରମ୍ଭ ହୋଇଯାଇଛି।ଯଦିଓ ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଛି ତାହା ଯଥେଷ୍ଟ ହେଉନାହିଁ।ସକାଳୁ ଜଳଖିଆ ପାଇଁ କୌଣସି ବ୍ୟବସ୍ଥା ନାହିଁ।ତେଣୁ ଆନ୍ତର୍ଜାତିୟ ଅନୁଷ୍ଠାନ ଗୁଞ ପକ୍ଷରୁ ଜି ଉଦୟଗରି ର ୱ।ଡ ଅନୁଷ୍ଠାନ ମାଧ୍ୟମରେ ଚୁଡା ,ଗୁଡ, ବିସ୍କୁଟ, ସାବୁନ, ସର୍ଫ, ମାସ୍କ,ଖାଇବା ତେଲ,ମସଲାଗୁଣ୍ଡ, ଚାଉଳ, ଡାଲି,ସୋୟାବିନ ଇତ୍ୟାଦି ଯୋଗାଇ ଦିଆଯାଉଛି। ଜିଲ୍ଲାର ଏକ ହଜାର ଅସହାୟ, ନିଃସହାୟ ବରିଷ୍ଠ ଲୋକଙ୍କୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ରାଇକିଆ, ଟିକାବାଲି, ଚକାପାଦ, ଖଜୁରୀପଡା ଓ ସାରଂଗଡ଼ ଅଞ୍ଚଳରେ ବଣ୍ଟନ କରାଯାଉଛି ବୋଲି ସମ୍ପାଦକ ଆଶୁତୋଷ ସାହୁ ସୂଚନା ଦେଇଛନ୍ତି।ଚକାପାଦ ଗୋଷ୍ଠିଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକ, ଖଜୁରୀପଡା ବିଡ଼ିଓ ରବିନ୍ଦ୍ର କୁମାର କହଁର,ସାରଂଗଡ଼ ଆଇଆଇସି ଅନିତା କିଣ୍ଡୋ, ରାଇକିଆ ଆଇଆଇସି ଅଲେଖ କୁମାର ଗରଡିଆ ବ୍ଳକ ଅଧ୍ୟକ୍ଷା ମାନୀନି ପ୍ରଧାନ, ପଞ୍ଚାଯତି ରାଜ ପ୍ରତିନିଧି ସତ୍ୟନାଥ ପ୍ରଧାନ,ଟିକାବାଲି ବ୍ଳକ ଅଧ୍ୟକ୍ଷା ସୁଚିତ୍ରା ପ୍ରଧାନ, କନ୍ଧମାଳ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ଆବାହକ ଅଶୋକ ପରିଡା ପ୍ରମୁଖ ଯୋଗ ଦେଇ କରୋନାର ପ୍ରତିଷେଧକ ବିଷୟରେ ହାତ ସଫା, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ଲକଡାଉନ ମାନିବା ଇତ୍ୟାଦି ଉପରେ ସଚେତନ କରାଉଛନ୍ତି। ଗୁଞ ଅନୁଷ୍ଠାନ ର ପ୍ରତିଷ୍ଠାତା ଅଂଶୁ ଗୁପ୍ତା ଓ ଓଡିଶା ମୁଖ୍ୟ ସୁରେଶ କୁମାର ଙ୍କ ସହଯୋଗ ଓ ୱାର୍ଡ ଅନୁଷ୍ଠାନର ସମ୍ପାଦକ ଆଶୁତୋଷ ସାହୁ ଙ୍କ ଉଦ୍ୟମ ରେ କନ୍ଧମାଳ ଜିଲ୍ଲାର ଲୋକମାନଙ୍କୁ କରୋନା ଲକଡାଉନ ଥିବା ପର‌୍ୟ୍ୟନ୍ତ ସହାୟତା ଦିଆଯିବ ବୋଲି ପ୍ରକାଶ କରିଛନ୍ତି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ