ଦକ୍ଷିଣାଞ୍ଚଳ ଡିଆଜିଙ୍କ ଗଜପତିରେ ଲକ୍ଡାଉନ୍ ଅନୁଧ୍ୟାନ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ଡିଆଜି ସତ୍ୟବ୍ରତ ଭୋଇ ଦିନିକିଆ ଗସ୍ତରେ ଆସି ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳ ଗୁଡିକୁ ବୁଲି ଦେଖିବା ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପଡୋଶୀ ଆନ୍ଧ୍ରପ୍ରଦେଶର ପୁରୁଣାପାଟଣା ନିକଟରେ ୪ଟି କରୋନା ପଜିଟିଭ୍ ଦେଖାଦେବା ପରେ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ଆନ୍ଧ୍ରପ୍ରଦେଶର ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇଛି । ଏଥିସହ ବିଭିନ୍ନ ସୀମାନ୍ତବର୍ତ୍ତୀ ରାସ୍ତାରେ ପୋଲିସ ମୁତୟନ କରାଯାଇଛି । ଏହି ପୋଲିସ ମୁତୟନ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ସିଲ କରିବା ବିଷୟରେ ଡିଆଇଜି ଶ୍ରୀ ଭୋଇ ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସହ ଆଲୋଚନା କରିବା ସହ ସେଗୁଡିକର ସମୀକ୍ଷା କରିଥିଲେ । ଲକ୍ଡାଉନ୍ ଦ୍ୱିତୀୟ ପର୍ଯ୍ୟାୟରେ ରହିଥିବାବେଳେ ଲକ୍ଡାଉନ୍ ନିୟମ କିପରି ଭାବେ ପରିଚାଳନା କରାଯାଉଛି ଏବଂ କିପରି ଏହି ନିୟମ କଡାକଡି ଭାବେ ପାଳନ ହେବ ଇତ୍ୟାଦି ସମସ୍ତ ବିଷୟରେ ସେ ସମୀକ୍ଷା କରିଥିବାର ଜଣାପଡିଛି ।


