ଗୃହସଙ୍ଗରୋଧରେ ରହିବାକୁ ପରାମର୍ଶ ଡାକ୍ତର ରୋଗୀ ଦେଖିବାରେ ବ୍ୟସ୍ତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆନନ୍ଦଗୋପାଳ ମହାନ୍ତିଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ଯାଜପୁର ଜିଲ୍ଲା ସିଡିଏମଓ ପରାମର୍ଶ ଦେଇଛନ୍ତି । କିନ୍ତୁ ଡା.ମହାନ୍ତି କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଖଡିଅଙ୍ଗରେ ରହୁଥିବା ଭଡାଘରେ ଦୈନିକ ଶହ ଶହ ରୋଗୀ ଦେଖୁଥିବା ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ତାଙ୍କୁ ତାଗିଦ କରିଦିଆଯିବା ସହ ତାଙ୍କ କ୍ଲିନିକକୁ ବନ୍ଦ କରିଦିଆଯାଇଥିବା କେନ୍ଦ୍ରାପଡା ସିଡିଏମଓ ଡା. ଅନୀତା ପଟ୍ଟନାୟକ ସୂଚନା ଦେଇଛନ୍ତି