ଗୋଟିଏ ରାତିରେ ଗୋଟିଏ ଗ୍ରାମରେ ତିନି ଜଣଙ୍କ ଘରୁ ଚୋରି

ପୋଲସରା,(ଅନିଲ କୁମାର ମହାରଣା): ଗଂଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଥାନା ଇଲାକାର କଳମ୍ବ ଗ୍ରାମରେ ଗୁରୁବାର ରାତ୍ରରେ ତିନି ଜଣଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି। ଗତ ରାତିରେ କଳମ୍ବ ଗ୍ରାମର ବଡ଼ସାହି ତଳମୁଣ୍ଡର ମୂଷା ପ୍ରଧାନ ଓ କୁନା ପ୍ରଧାନ ଏବଂ ନୂଆଁ ସାହିର ଗଣପତି ପ୍ରଧାନ ତିନି ଜଣଙ୍କ ଘରୁ ଚୋରି ହୋଇଛି । ଚୋରମାନେ ମୂଷା ପ୍ରଧାନ ଓ କୁନା ପ୍ରଧାନଙ୍କ ଘରୁ ସୁନା ମୁଦି, ସୁନା ଲକେଟ୍ ଓ ଟଙ୍କା ଚୋରି କରିବା ସହ ବିଭିନ୍ନ ସାମନା ଓ କାଗଜ ପତ୍ର ଏଣେତେଣେ ଫୋପାଡିଥିବା ଦେଖିବାକୁ ମିଳିଛି। ସେହିପରି ଗଣପତି ପ୍ରଧାନଙ୍କ ଘରେ କେହି ନଥିବେ ବେଳେ ବନ୍ଦ ଥିବା ଘରର ଗୋଡା ଭାଙ୍ଗି ଘରର ସମସ୍ତ ମୂଲ୍ୟବାନ ଜିନିଷ ଚୋରି କରି ଚୋରମାନେ କଳାକାନ ବୁଲାଇ ଦେଇଥିବା ଜଣାପଡ଼ିଛି । ଗତ ରାତ୍ର ପ୍ରାୟ ଏକ ଘଣ୍ଟାରୁ ସାଢ଼େ ତିନିଟା ସମୟ ମଧ୍ୟରେ ଚୋରି ହୋଇଥିବା ଅନୁମାନ କରାଯାଉଛି । ଶୁଣିବାକୁ ମିଳିଛି ଯେ ଏହି ତିନି ପରିବାରର ପୁରୁଷ ଲୋକମାନେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟତ୍ର କାମ କରୁଥିବା ଜାଣି ଚୋରମାନେ ଏହାର ଫାଇଦା ନେଇ ଚୋରି କରିଥିବା ଶୁଣିବାକୁ ମିଳିଛି। ଖବର ସଂଗ୍ରହ ପର୍ଯ୍ୟନ୍ତ ପୋଲସରା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଯୋଗୁଁ ମାମଲା ରୁଜୁ ହୋଇ ନଥିବା ଜଣାପଡିଛି। ଏହି ଚୋରି ଘଟଣା ପରେ ପୋଲିସ ପକ୍ଷରୁ ରାତ୍ର ପେଟ୍ରୋଲିଂ କଡାକଡି କରିବା ଆବଶ୍ୟକତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ