ପାଣି ବିନା ମାଛର ଅବସ୍ଥା ଯାହା ହୋଇଥାଏ , ଜନତାଙ୍କ ବ୍ୟତୀତ ଜନପ୍ରତିନିଧି ଙ୍କ ଅବସ୍ଥା ସେଭଳି ହୋଇଥାଏ:-ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପାଣି ବିନା ମାଛର ଅବସ୍ଥା ଯାହା ହୋଇଥାଏ , ଜନତାଙ୍କ ବ୍ୟତୀତ ଜନପ୍ରତିନିଧି ଙ୍କ ଅବସ୍ଥା ସେଭଳି ହୋଇଥାଏ । ମାରାତ୍ମକ କରୋନା ହିଁ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲା । ତଥାପି ଲୋକଙ୍କ ପାଖକୁ ଯାଇ ସେବା ଯୋଗାଇବାରେ କେବେହେଲେ ଅବହେଳା କରାଯାଇନାହିଁ । ଏବେବି ସତର୍କତା ଅବଲମ୍ବନ କରି ଲୋକଙ୍କ ସେବାରେ ନିଜକୁ ସମର୍ପଣ କରିଛୁ ଓ ଆଗକୁ ମଧ୍ୟ ସେବା ଜାରି ରଖିବୁ ବୋଲି କହିଛନ୍ତି , ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଦୁର୍ଗାପ୍ରସାଦ ଓ ଦଦରାଲୁଣ୍ଡା ଠାରେ ଆୟୋଜିତ ସ୍ବଚ୍ଛତା ଓ ପରିବେଶ ସଚେତନ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଏହା କହିଥିଲେ ମନ୍ତ୍ରୀ ଶ୍ରୀ ଅରୁଖ । ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ଅରୁଖ ଙ୍କ ସମେତ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗଦେଇ ସଫେଇ କାର୍ଯ୍ୟ କରିବାସହ , ପତାକା ଦେଖାଇ ସବୁଜ ରଥ ର ଶୁଭାରମ୍ଭ କରିଥିଲେ । ଗାଁ କୁ ଗାଁ ବୁଲି କ୍ରୋଧାନ୍ୱିତ ସଚେତନ ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ମନ୍ତ୍ରୀ ଓ ସାଂସଦ ଙ୍କ ଦ୍ଵାରା ଦୁର୍ଗାପ୍ରସାଦ , ବେଡିଗୋବା , ଜି.ରମ୍ଭା ଓ ଦଦରାଲୁଣ୍ଡା ଠାରେ ଅଙ୍ଗନବାଡ଼ି କେନ୍ଦ୍ର ର ଉଦଘାଟନ ଓ ବୃକ୍ଷ ରୋପଣ କରିଥିଲେ । ଦଦରାଲୁଣ୍ଡା ଠାରେ ଆୟୋଜିତ ସ୍ବଚ୍ଛତା ଓ ସଚେତନତା ସଭାରେ ଯୋଗଦେଇ , କୋଭିଡ୍ ସମୟରେ ରାଜ୍ୟ ସରକାର ଙ୍କ ଆଗୁଆ ପଦକ୍ଷେପ , କିମସ୍ ମେଡିକାଲ ପକ୍ଷରୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦିଆଯିବା ସହ ଆସନ୍ତା ଦିନରେ କିସ୍ ପକ୍ଷରୁ ଗଂଜାମ ଜିଲ୍ଲାରେ କିସ୍ ର ଶାଖା ଆରମ୍ଭ ହେବାକୁଯାଉଥିବା ନେଇ ସୂଚନା ଦେଇଥିଲେ ସାଂସଦ ଡଃ. ସାମନ୍ତ । ସମସ୍ତ କାର୍ଯ୍ୟକ୍ରମ ରେ , ଅନ୍ୟମାନଙ୍କ ମଧ୍ୟରେ , ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ଉତ୍ତର ଘୁମୁସର ବନଖଣ୍ଡିୟ ଅଧିକାରୀ ଅଭୟ କୁମାର ଦଳାଇ , ସାଉଥ୍ DFO – ସତ୍ୟନାରାୟଣ ବେଉରା , ବିଡ଼ିଓ – ଅନିଲ କୁମାର ସେଠୀ , ତହସିଲଦାର- ଆଲୋକ ପ୍ରଧାନ , ବ୍ଳକ ଉପାଧ୍ୟକ୍ଷ – ଜିତେନ୍ଦ୍ର କେଶରୀ ଆରୁଖ , ଅଧ୍ୟକ୍ଷା – ବିନ ଦଳବେହେରା , ପ୍ରମୁଖ ଯୋଗଦେଇଥିଲେ l


