ଗୋପବନ୍ଧୁ ଟ୍ରଷ୍ଟ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ଆର୍ଥିକ ସହାୟତା

ଆଖୁଆପଦା, (ବସନ୍ତ ବେହେରା) ; ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ପଞ୍ଚାୟତ ଆମ୍ବଗଡିଆ ଗ୍ରାମରେ ଗତ ସପ୍ତାହରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଦୁଇପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ଗ୍ରାମର ସୂର୍ଯ୍ୟମଣୀ ବିଶ୍ୱାଳ ଓ ବିଶ୍ୱନାଥ ବିଶ୍ୱାଳଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିବାବେଳେ ଏଥିରେ ଧାନଚାଉଳ ସମେତ ଲୁଗାପଟା ଓ ଅନ୍ୟାନ୍ୟ ଆସବାବପତ୍ର ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି । ଦୁଇ ବିପନ୍ନ ପରିବାର ସଦସ୍ୟ ମାନେ ସ୍ଥାନୀୟ ବିଦ୍ୟାଳୟ ପରିସରରେ ରହୁଥିବାବେଳେ ସେମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସାହାର୍ଯ୍ୟର ହାତ ବଢାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଯଶୋଟିକିରି ସ୍ଥିତ ଗୋପବନ୍ଧୁ ଶିକ୍ଷା, ସ୍ୱାସ୍ଥ୍ୟ ଟ୍ରଷ୍ଟ ପକ୍ଷରୁ ବିପନ୍ନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଭାପତି ବନମାଳୀ ପୃଷ୍ଟି ଓ ଅକ୍ଷୟ ଶତପଥିଙ୍କ ନେତୃତ୍ୱରେ ସଦସ୍ୟମାନେ ଆମ୍ବଗଡିଆ ଠାରେ ପହଞ୍ଚି ବିପନ୍ନ ପରିବାରର ସଦସ୍ୟଙ୍କୁ ସାହାର୍ଯ୍ୟ ପ୍ରଦାନ କରିଛନ୍ତି । ଏଥିରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗୋପବନ୍ଧୁ ଟ୍ରଷ୍ଟର ସଦସ୍ୟ ଏøରିଗଞ୍ଜନ ଦର୍ପନାରାୟଣ ବରାଳ, ଅଶ୍ୱନୀ ରଥ, ରଞ୍ଜିତ ସିଂ ମହାପାତ୍ର, ବିଦ୍ୟାଧର ପଣ୍ଡା, ଶ୍ରୀଧର ବୋଇତାଇ, ସୁଶିଲ ବର୍ଦ୍ଧନ, କେଶବ ଦଳାଇ, ଉମେଶ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ସ୍ୱାଇଁ, ନିରଞ୍ଜନ ମଲ୍ଲିକ, ସତ୍ୟବ୍ରତ ପତି, ସତ୍ୟନାରାୟଣ ମିଶ୍ର, ପ୍ରସନ୍ନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସାହାର୍ଯ୍ୟ ରୂପେ ବାସଗୃହ ଓ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇଦେବାକୁ ପ୍ରଶାସନ ନିକଟରେ ଦୃଢ ଦାବି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ