ଗୋପିନାଥପୁରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ଠାରେ ଗତ ୯ ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉତ୍କଳମଣି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ୍ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ ଗୋପିନାଥପୁର ଓ କାଉପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାଉପୁର ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଲୋକଶକ୍ତିର ସଂପାଦକ ତଥା ବିଶିଷ୍ଟ ସମାଜସେବୀ ରବିନ୍ଦ୍ର ରାୟ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୁବନେତା ଚିତ୍ତ ରଂଜନ ଉଦ୍‌ଗାତା ଯୋଗ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଓ ସମ୍ମାନୀତ ଅତିଥି ଭାବେ ଅନ୍ତର୍ଯ୍ୟାମୀ ମହାପାତ୍ର ଯୋଗ ଦେଇ ରନର୍ସ ଅଫ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଜେନା, ବରିଷ୍ଠ ନାଗରିକ ଗଗନ ବିହାରୀ ଦାସ, ବିନୋଦ ବିହାରୀ ଜେନା ଯୋଗ ଦେଇଥିଲେ । ଅମ୍ପାୟର ଭାବେ ରମେଶ ଜେନା ଦାୟୀତ୍ୱ ତୁଲାଇଥିଲେ । ଯୁବକ ସଂଘକୁ ଅବସରପ୍ରାପ୍ତ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ରାୟ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟରେ ପ୍ରିୟବ୍ରତ ଜେନା, ଅଜୟ ଜେନା, ପିତାମ୍ବର ସେନାପତି, ମହେଶ୍ୱର ଜେନା, ପ୍ରକାଶ ରାୟ, ପ୍ରଦୀପ ଜେନା, ମଣ୍ଟୁ ଜେନା, ସୁବ୍ରତ ଜେନା, ମାନସ ଜେନା, ଅମର ଜେନା, ଗୋପବନ୍ଧୁ ଜେନା, ସଂଜୟ ଜେନା, ରମେଶ ଜେନା, କରୁଣାକର ମହାପାତ୍ର, ସଂଜୟ ଦାସ, ନୃସିଂହ ମହାପାତ୍ର, ମନୋରଂଜନ ଜେନା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ