ତରାପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ତରାପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ତଥା ବର୍ଷିୟାନ ଛାତ୍ର ତାହା ସୟଦ ଖାଲିଦ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭିକାରୀ ଜେନା, ସୟଦ ରମଜାନ୍, ସୁଜିତ୍ ମାଝୀ, ମୀର ମଙ୍ଗୁ, ସୟଦ ସାହାଜାନ୍, ନାରାୟଣ ବିନ୍ଧାଣୀ, ମୀର ବସିରୁଦ୍ଦିନ୍, ହରେକୃଷ୍ଣ ଜେନା, ମୀର ମୋତିମ୍ ଯୋଗ ଦେଇଥିଲେ । ମୋ ସ୍କୁଲ କମିଟିର ସଭାପତି ତାହା ସଇଦ୍ ଖାଲିଦ୍ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁୁଷ୍ଠିତ ବୈଠକରେ ଶିକ୍ଷକ ମହମ୍ମଦ ଆବିଦ୍ ସିଦ୍ଦିକ୍, ଗୋଲକ ବିହାରୀ ଜେନା, ମଧୁସ୍ମିତା ଦାସ, ଅହେମତୁନ୍ ଖାତୁ, ପୁରାତନ ଛାତ୍ର ସେକ୍ ଆଲିଲ, ମୀର ସମ୍ମତ, ସୟଦ ରମଜାନ୍, ନୁରଲ ଅମିନ୍, ମୀର ଅବଦୁଲ ହକ୍, ମହମ୍ମଦ ଜରିର, ସେକ୍ ସଫୱାନ୍, ଯଶୋଦା ପତି, ବାସନ୍ତୀ ପଣ୍ଡା ଉପସ୍ଥିତ ଥିଲେ । କୋଭିଡ୍ ନିୟମ ପାଳନ କରାଯାଇ ବୈଠକ ଅନୁଷ୍ଠିତ ହୋଇଥିଲା ।


