ଗୋପିନାଥ ପାଠାଗାର ଠାରେ ପୂର୍ବତନ ସେନାନୀ ସଂଘ୍ ର ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରାଜୁଗୁରୁ ସାହି ସ୍ଥିତ ଗୋପୀନାଥ ପାଠାଗାର ପରିସରରେ ପୂର୍ବତନ ସେନାନୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାପଟେନ ମଲିକାର୍ଜୁନ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ସୈନିକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଜିଲ୍ଲା ର ସଙ୍ଘୀୟ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା। ସଂଘର କାର୍ଯ୍ୟଳୟ ପାଇଁ ସ୍ଥାୟୀ ଜମି ନିମନ୍ତେ ପ୍ରଶାସନ ଠାରେ ଅନୁରୋଧ କରିବା ପରେ ମଧ୍ୟ ଦୀର୍ଘ ଦିନ ହେଲା ତାହା ହୋଇପାରିନଥିବା ଯୋଗୁଁ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଅବସର ସେନାନି ମାନଙ୍କ ସ୍ବାସ୍ଥ୍ୟ କାର୍ଡ ଓ କେଣ୍ଟିନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଭାଶେଷ ରେ ସର୍ଜେଣ୍ଟ ଭବାନୀ ଶଙ୍କର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।