ଗୋଳବାଇରେ ଦଶଦୋଳ
ନିରାକାରପୁର (ଯୁଗାଦ୍ଧ ନ୍ୟୁଜ): ଉକ୍ରଳର ସ୍ୱତନ୍ତ୍ର ଦୋଳଯାତ୍ରା ପରମ୍ପରା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇର ଦଶଦୋଳ ଯାତ୍ରା ଅନ୍ୟତମ ।ଆଜକୁ ପ୍ରାୟ ୧୦୦ବର୍ଷ ହେବ ଏହି ପରମ୍ପରା ଚାଲିଆସିଛୁ । ଗତକାଲି ରାତିରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କୁ ସୁସଜ୍ଜିତ ବିମାନରେ ଅଧିଷ୍ଠିତ କରି ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା । ବିଭିନ୍ନ ନୃତ୍ୟ ଆଖଡ଼ା,ଚଇତି ଘୋଡ଼ା,ନାଗା,ପରୀ ଓ କଳନୃତ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା । ପାଖପାଖି ୧୫ଟି ମୈାଜାରୁ ୬୫ଟି ଦୋଳ ବିମାନ ବିଭିନ୍ନ ଦେବାଦେବୀ ଆସିଥିଲେ । ପ୍ରଥମେ ଥାନପତି ଦେବୀ ଭଗବତୀ ବିରାଜମାନ କରିବା ପରେ ଅନ୍ୟ ଦେବାଦେବୀ ବିରାଜମାନ କରିଥିଲେ । ଯାତ୍ରା ପଡ଼ିଆରେ ବିଭିନ୍ନ ଦୋକାନବଜାର ହେବା ସହ ଅପେରା ଚାଲିବ । ଏହାକୁ ଉପଭୋଗ କରିବାକୁ ଆଜିଠାରୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।


