ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ନିରାକାରପୁର (ଯୁଗାଦ୍ଧ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ବିଦ୍ୟୁତ ସବଡିଭିଜନ ଅନ୍ତର୍ଗତ ନିରାକାରପୁର ସେକ୍ସନର ଜଣେ ସେସୁ କର୍ମଚାରୀ ୧୧ କେଭି ଲାଇନ ମରାମତି କରୁଥିବାବେଳେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଗତକାଲି କାଳ ବୈଶାଖୀ ପ୍ରଭାବରେ ନିରାକାରପୁର ଅଞ୍ଚଳରେ ରାତିତମାମ ବିଦ୍ୟୁତସେବାରୁ ଲୋକେ ବଞ୍ଚିତ ହୋଇଥିଲେ । ଆଜି ସକାଳୁ ବିଦ୍ୟୁତ କର୍ମଚାରୀ ମରାମତି କାର୍ଯ୍ୟ କରୁଥିଲେ । ଏହି ସମୟରେ ନିରାକାରପୁର ସେକ୍ସନ ଅଧିନସ୍ଥ ଲେଣ୍ଡୁ ଅଞ୍ଚଳ ସାନଗୋପିନାଥପୁରରେ ରହୁଥିବା ବିଦ୍ୟୁତ କର୍ମଚାରୀ ଆଶିଷ କୁମାର ବେହେରା ଗୋପିନାଥପୁରରେ ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି କାର୍ଯ୍ୟ କରୁଥିବାବେଳେ କୌଣସି କାରଣରୁ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା । ଫଳରେ ସେ ଖସି ପଡ଼ି ଗୁରୁତର ହୋଇ ଖୋର୍ଦ୍ଧା ହସ୍ପିଟାଲରେ ଚିକିତ୍ସିତ ହେବାକୁ ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଆଶିଷଙ୍କ ଘର ଭୁଷଣ୍ଡପୁର ବାଲିପାଟପୁର ଗ୍ରାମରେ । ତାଙ୍କ ୨ ପୁଅ ଓ ଗୋଟିଏ କନ୍ୟା ସନ୍ତାନ ରହିଛି । ତାଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ