ଗୋଳିଆ ହେଉଚି କୁକୁଡାଖଣ୍ଡି ବିଜେଡି ରାଜନୀତି

କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ଅଶାନ୍ତ ହୋଇପଡିଛି ରୋହିଗାଁ ।ଗୋଟିଏ ପରେ ଆକ୍ରମଣ ପ୍ରତିଆକ୍ରମଣରେ ବଦନାମ ହେଉଛି ରୋହିଗାଁ।ଗତ ୯ତାରିଖ ଆକ୍ରମଣ ପରେ ଗ୍ରାମରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି ତଥାପି ଏହି ଆକ୍ରମଣ ଘଟଣାରେ ପୋଲିସ ର ଭୁମିକା କୁ ନେଇ ଉଠିଛି ପ୍ରଶ୍ନ।ସତରେ କଣ ରୋହିଗାଁରେ ପୋଲିସ ଶାନ୍ତି ଫେରାଇପାରିବ ନା ଅଧିକାରୀ ମାନେ ବିରାଡି ବୈଷ୍ନବ ସାଜିବେ। ପୂର୍ବରୁ ବହୁ ମାମଲା ଥାନା ରେ ସମାଧାନ ନହୋଇ ପଡିରହୁଛି ଖୋଦ ଅଧିକାରୀ ଙ୍କ ନୈତିକତା ଦୃଷ୍ଟି ଅଭାବ ରୁ ।ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ କୁକୁଡାଖଣ୍ଡି ବ୍ଲକ ବିଜେଡି ରାଜନୀତି ଗୋଟିଏ ନିର୍ଦ୍ଧିଷ୍ଟ ପଞ୍ଚାୟତକୁ ନେଇ ଏକ ପ୍ରକାର ଗୋଳିଆ ଓ ହିଂସାତ୍ମକ ହୋଇଉଠିଚି I ଏହି ପରି ପ୍ରେକ୍ଷୀରେ କେଉଁଠି ହିଂସା ତ କେଉଁଠି ଦୁର୍ନୀତି ପାଇଁ ଶାସକ ଦଳିଆ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧର ବାତାବରଣ ଦେଖିବାକୁ ମିଳୁଚି I ୨୦୧୭ ମସିହା ଫେବୃୟାରୀ ୧୨ ତାରିଖରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସାରିବାପରେ ପ୍ରଥମେ ମାର୍ଚ୍ଚ ୧୭ରେ ପ୍ରଥମ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା ଯାହାର ଶିକାର ହୋଇଥିଲେ ତତ୍କାଳୀନ ବ୍ଲକ ବିଜେଡି ସଭାପତି ତଥା ବିଜେଡି ଜିଲ୍ଲା ପରିଷଦ ପାର୍ଥି ସନ୍ୟାସୀ ଜେନାଙ୍କ ମଝିଆ ଭାଇ ଅଶୋକ ଜେନା I ଏବଂ ଏହି ଘଟଣାରେ ବିଜେଡି ସମର୍ଥିତ ସରପଞ୍ଚଙ୍କ ପୁଅ ସମେତ ଅନ୍ୟମାନଙ୍କ ହାତରେ ପଡିଥିଲା ଆଇନର ହାତଘଡି I ଏହାର ତିନି ବର୍ଷପରେ ପୁନର୍ବାର ଏକ ହତ୍ୟା ଉଦ୍ୟମ ଘଟଣା ସାମ୍ନାକୁ ଉକ୍ତ ଗ୍ରାମରେ ହିଁ ସାମ୍ନାକୁ ଆସିଛି ଯାହାର ଶିକାର ସନ୍ୟାସୀ ଜେନାଙ୍କ ସାନ ଭାଇ ପୂର୍ଣ୍ଣ ଜେନାଙ୍କ ଉପରେ ହୋଇଚି I ଶାସକ ଦଳର ଗୋଟିଏ ନିର୍ଦ୍ଧିଷ୍ଟ ପରିବାର ଉପରେ ବାରମ୍ବାର ଆକ୍ରମଣକୁ ନେଇ ବ୍ଲକ ବିଜେଡି ରାଜନୀତି ସରଗରମ ହୋଇଉଠିଚି I ଏବଂ ଏହାକୁ ନେଇ ସାମ୍ନାକୁ ଆସିଚି ସରପଞ୍ଚ ସଙ୍ଘର ଆଭିମୁଖ୍ୟ I ଆକ୍ରମଣ କରି ଏବଂ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଉଭୟ ହେଉଚନ୍ତି ଶାସକ ବିଜେଡି ଦଳର I ଶିକାର ହୋଇଥିବା ପୂର୍ଣ୍ଣଙ୍କ ଭାଇ ସନ୍ୟାସୀ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ବିଜେଡି ସମର୍ଥିତ ରୋହିଙ୍ଗା ସରପଞ୍ଚ ରାଧାରାଣୀ ଜେନାଙ୍କ ପୁଅ ବଶିଷ୍ଟ ଜେନାଙ୍କୁ ଗିରଫ କରିବା ପାଇଁ ଦାବି କରିଥିବାବେଳେ ସରପଞ୍ଚ ସଙ୍ଘ ବାହାରିଚି ସରପଞ୍ଚଙ୍କ ପୁଅ ଅର୍ଥାତ ଆକ୍ରମଣ କାରୀଙ୍କ ସପକ୍ଷରେ I ସଙ୍ଘ ସଭାପତି ସାରଥି ଗୌଡ଼ଙ୍କ ନେତୃତ୍ୱରେ କିଛି ସରପଞ୍ଚ ଏସପିଙ୍କୁ ସାକ୍ଷାତ କରି ଏକ ଲିଖିତ ପତ୍ର ଦେଇଚନ୍ତି ଯେଉଁଥିରେ ଉଲେଖ ଅଛି ଆକ୍ରମଣ ଦିନ ଅର୍ଥାତ ୯ ତାରିଖ ସନ୍ଧ୍ୟା ୫:୩୦ମି ରୁ ୭:୦୦ମି ଅର୍ଥାତ ଯେଉଁ ସମୟରେ ପୂର୍ଣ୍ଣଙ୍କୁ ଆକ୍ରମଣର ଅଭିଯୋଗ ହୋଇଚି ସେହି ସମୟରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ଏବଂ ତହସିଲଦାରଙ୍କୁ ନେଇ ଏକ ବୈଠକ ଚାଲିଥିଲା ଯେଉଁଥିରେ ରୋହିଗାଁ ସରପଞ୍ଚ ଶ୍ରୀମତୀ ଜେନା ଏବଂ ତାଙ୍କ ପୁଅ ବଶିଷ୍ଟ ଜେନା ଉପସ୍ଥିତ ଥିଲେ I ଅର୍ଥାତ ସିଧାସଳଖ ସରପଞ୍ଚ ସଙ୍ଘର ଯୁକ୍ତି ହେଲା ବଶିଷ୍ଟ ଉକ୍ତ ଘଟଣା ସହ ସମ୍ପୃକ୍ତ ନାହାନ୍ତି I ଅନ୍ୟ ଜଣେ ସରପଞ୍ଚ ନିଜ ନାମ ଗୋପନ ରଖି କହିଛନ୍ତି ମୋତେ କାଗଜରେ ଦସ୍ତଖତ କରିବାକୁ କହିବାରୁ ମୁ କରିଛି କିନ୍ତୁ ଏସପିଙ୍କ କାର୍ଯ୍ୟାଳୟକୁ ଯାଇନାହିଁ I ଏହି ଘଟଣାରୁ ସ୍ପଷ୍ଟ ବାରିହେଉଚି କାହା ଇଙ୍ଗିତରେ ହୁଏତ ସରପଞ୍ଚ ସଙ୍ଘ ଏସପିଙ୍କୁ ସାକ୍ଷାତ କରିଥାଇ ପାରେ I ଗୋଟିଏ ଗୋଷ୍ଠି ଆକ୍ରମଣ କାରି ଙ୍କ ସପକ୍ଷରେ ବାହାରି ଥିବା ବେଳେ ଆଉ ଗୋଟିଏ ଗୋଷ୍ଠି ଆକ୍ରମଣର ଶିକାର ହୋଇ ଏସପିଙ୍କୁ ଭେଟୁଛି I ଯେଉଁଥିରେ ବିଜେଡି ଗୋଷ୍ଠି କନ୍ଦଳର ଚିତ୍ର ସ୍ପଷ୍ଟ ବାରି ହୋଇପଡ଼ୁଚି I ସାଧାରଣରେ ଚର୍ଚ୍ଚା ହେଉଚି କୌଣସି ପଦ ପଦବୀରେ ନଥାଇ ଖୋଦ ସରପଞ୍ଚ ଉପସ୍ଥିତ ଥାଉଥାଉ ବଶିଷ୍ଟଙ୍କୁ ବୈଠକରେ ବସିବାକୁ କିପରି ଦେଲା ବ୍ଲକ ପ୍ରଶାସନ I ତାମାନେ ବୈଠକରେ ସାଧାରଣ ଲୋକ ବସିବାର ମଧ୍ୟ କୌଣସି ଯୋଜନା ଅଛି କି ? ବର୍ତ୍ତମାନ ଏହି ପ୍ରକାର ସ୍ପଷ୍ଟୀକରଣ ଦେଇ ବିବାଦ ଘେରକୁ ଟାଣି ସରପଞ୍ଚ ସଙ୍ଘ ଟାଣି ହୋଇଥିବାବେଳେ ସରପଞ୍ଚଙ୍କ ପୁଅକୁ ବୈଠକରେ ବସିବାକୁ ଦେଇ ହରଡ଼ଘଣାରେ ପଡିଚି ବ୍ଲକ ପ୍ରଶାସନ I ଅନ୍ୟ ପକ୍ଷରେ ଜଣେ ବ୍ଲକ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ପୋଲିସକୁ କିଛି ବୟାନ ଦେଇଚନ୍ତି ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ