ଗ୍ରାମାଞ୍ଚଳ ଜଗନ୍ନାଥ ସଂସ୍କୃତି ପାଇଁ ୧୦ ଲକ୍ଷ, ସହରାଞ୍ଚଳ ପାଇଁ ଶୂନ

ସୋରଡା, (ରଜନୀକାନ୍ତ ମହାପାତ୍ର):ରାଜ୍ୟ ସରକାର ବର୍ତମାନ ଆରମ୍ଭ କରିଛନ୍ତି ଆମ ଓଡିଶା ନବୀନ ଓଡିଶା। ଏହି ଯୋଜନା ମାଧ୍ୟମ ରେ ରାଜ୍ୟ ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ଗ୍ରାମାଞ୍ଚଳ ରେ ଥିବା ଜଗନ୍ନାଥ ମନ୍ଦିର,ଅଙ୍ଗନବାଡି କେନ୍ଦ୍ର, ଖେଳ ପଡିଆ,ପ୍ରାଥମିକ ଶିକ୍ଷା, ମିଶନ ଶକ୍ତି ଗୃପ ଇତ୍ୟାଦି ର ଉନ୍ନତି ପାଇଁ ବ୍ୟବସ୍ଥା ରହିଛି। ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଯେଉଁଥିରେ ଏକ ନିର୍ବାଚନ ପୂର୍ବ ରୁ ରାଜ୍ୟସରକାର ଭୋଟର ମାନଙ୍କ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ଏବଂ ଏଥିପାଇଁ ରାଜ୍ୟସରକାର ପ୍ରତି ପଞ୍ଚାୟତ ରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ କରିବା ପ୍ରାବଧାନ ରହିଛି। ପ୍ରାଥମିକ ଶିକ୍ଷା, ମିଶନ ଶକ୍ତି,କ୍ରିଡା ଇତ୍ୟାଦି ଏକ ଦୈନନ୍ଦିନ ଓ ନାରୀ ସଶକ୍ତି କରଣ ପାଇଁ ଏକ ପ୍ରକ୍ରିୟା । ଆମ ଓଡିଶା ନବୀନ ଓଡିଶା ରେଏବେ ନୂତନ ଭାବେ ଦେଖିବାକୁ ମିଳିଛି ଯେ ରାଜ୍ୟସରକାର ଜଗନ୍ନାଥ ସଂସ୍କୃତି କୁ ପ୍ରାଧାନ୍ଯ ଦେଇଛନ୍ତି। ଏବଂ ଏଥିରେ ସ୍ପଷ୍ଟ କରାଯାଇଛି ଯେ ଓଡିଶା ହେଉଛି ଜଗନ୍ନାଥ ସଂସ୍କୃତି ର ପ୍ରତୀକ, ଯେଉଁଥିରେ ଭକ୍ତି ସେବା ଓ ସମାନତା ରହିଛି ଏହାକୁ ନେଇ ଆମେ ସାରା ପୃଥିବୀ ରେ ଗର୍ବ ଅନୁଭବ କରୁ। ତେଣୁ ଆଞ୍ଚଳିକ ସ୍ତରରେ ଥିବା ଏହି ଧାର୍ମିକ ସୌଧ ମାନଙ୍କ ସୁରକ୍ଷା, ଏମାନଙ୍କ ସଂରକ୍ଷଣ ଇତ୍ୟାଦି ଆଗାମୀ ଭବିଷ୍ୟତ ପାଇଁ ପ୍ରେରଣା ଦେବା ବୋଲି ଉଲ୍ଲେଖ କରାଯାଇଛି ଏବଂ ଏଥିପାଇଁ ରାଜ୍ୟସରକାର ପାଖାପାଖି ୧୦ ଲକ୍ଷ ଟଙ୍କା ଅଟକଳ ରଖିଛନ୍ତି। ଯାହା ସମୁଦ୍ର କୁ ଶଙ୍ଖେ ପଣି ସଦୃଶ୍ୟ। ତଥାପି ଏହି ଟଙ୍କା ରେ କିଛି ପରିମାଣ ରେ ଶୋଷ ମେଣ୍ଟିବ ଏଥିରେ କୌଣସି ଅସୁବିଧା ନାହିଂ ଏବଂ ଏହି ଅନୁଦାନ ଏକ ଆଶ୍ଵାସନା। ସବୁଠାରୁ ଗୁରୁତ୍ଵ ହେଲା ଯେ ଗଞ୍ଜାମ ଜିଲ୍ଲା ସମେତ ସୋରଡା ବ୍ଲକ ରେ ଜଗନ୍ନାଥ ମନ୍ଦିର ଗୁଡିକ ରାଜ ରାଜୁଢା ମନ୍ଦିର ଅଟେ। ଏବଂ ଅନେକ ମନ୍ଦିର ଏବେ ଦେବୋତର ବିଭାଗ ଅଧୀନ ରେ ରହିଛି। ଏହି ସବୁ ମନ୍ଦିର ଅଞ୍ଚଳର ସହ ସହ ବର୍ଷ ର ସଂସ୍କୃତି କୁ ଜୀବିତ କରି ରଖିଛି। ଏମିତି ସ୍ଥିତି ରେ ମାତ୍ର ୧୦ ଲକ୍ଷ ରେ କେତେ ଏହି ମନ୍ଦିର ମାନଙ୍କ ସୁରକ୍ଷା ହୋଇପାରିବ ତାହା ଦେଖିବା ବାକି ରହିଛି। ସବୁଠାରୁ ଚିନ୍ତା କରିବା ର ବିଷୟ ହେଲା ଯେ ସରକାର ସହରାଞ୍ଚଳ ରେ ଥିବା ଜଗନ୍ନାଥ ସଂସ୍କୃତି ଉପରେ କୌଣସି ପ୍ରାଧାନ୍ଯ ଦେଇନାହାନ୍ତି। ଏବେ ମଧ୍ୟ ସହରାଞ୍ଚଳ ରେ ଅନେକ ପ୍ରାଚୀନ ମନ୍ଦିର ରହିଛି। ସେଥି ମଧ୍ୟ ରୁ ସୋରଡା ର ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ଅନ୍ଯତମ। ସୋରଡା ର ଏହି ମନ୍ଦିର ୧୭ ଶ ମସିହା ରେ ନିର୍ମାଣ ହେବା ସହ ଆଜକୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ବର୍ଷ ପୁରୁଣା। ଏହି ମନ୍ଦିର ବର୍ତମାନ ଦେବୋତର ବିଭାଗ ଅଧୀନରେ ରହିଛି। ସୋରଡା ର ଏହା ଏକ ପ୍ରାଚୀନ ଜଗନ୍ନାଥ ସଂସ୍କୃତି କୁ ବହନ କରୁଛି। ବର୍ତମାନ ଏହା ର ରକ୍ଷଣା ବେକ୍ଷଣ ର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏଥି ପ୍ରତି ପଦକ୍ଷେପ ନେବା ର ଆବଶ୍ୟକତାରହିଛି। କିନ୍ତୁ ଏହା ରାଜ୍ୟସରକାର ଙ୍କ ଦ୍ରୁଷ୍ଟି ଗୋଚର କୁ ଆସି ନାହିଂ କି ଏଠାକାର ପ୍ରତିନିଧି ମାନେ ଏଥିପ୍ରତି ଚେଷ୍ଟା କରୁଥିବା ର ମଧ୍ୟ ଦ୍ରୁଷ୍ଟି ଗୋଚର ହେଉନି। ତେଣୁ ଏହି ମନ୍ଦିର ଏବେ ଜରାଜିର୍ଣ୍ଣ ଅବସ୍ଥା ରେ ରହିଛି। ମନ୍ଦିର ର ଚାରି ପାର୍ଶ୍ଵ ର ସୌନ୍ଦର୍ଜ୍ୟ କରଣ ପାଇଁ କିଛି ପଦକ୍ଷେପ ନିଆ ଯାଇଥିଲେ ମଧ୍ୟ ମୁଖ୍ୟ ମନ୍ଦିର ର ପୁନରୁଦ୍ଧାର ପାଇଁ ଆବଶ୍ୟକ ଟଙ୍କା ର ଅଭାବ ରହିଛି। ଏହା ର ଉନ୍ନତି କରଣ ପାଇଁ ଏବେ କିଛି ଜଗନ୍ନାଥ ପ୍ରେମୀ ରାଜ୍ୟ ସରକାରଙ୍କ ନିକଟକୁ ପୋଷ୍ଟ କାର୍ଡ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ଏପରି ସ୍ଥିତି ରେ ରାଜ୍ୟ ସରକାର କେବଳ ଗ୍ରାମାଞ୍ଚଳ ରେ ଥିବା ଜଗନ୍ନାଥ ମନ୍ଦିର ଓ ସଂସ୍କୃତି ର ଉନ୍ନତି ପାଇଁ କିଛି ଅନୁଦାନ ଘୋଷଣା କରିବା ସହରାଞ୍ଚଳ ରେ ଥିବା ଜଗନ୍ନାଥ ସଂସ୍କୃତି ଓ ଏହି ସଂସ୍କୃତି ବହନ କରୁଥିବା ପ୍ରାଚୀନ ସୌଧ ଗୁଡିକ ପ୍ରତି ଅବହେଳା ସଦୃଶ୍ୟ ବୋଲି ଏବେ ଜଗନ୍ନାଥ ପ୍ରେମୀ କହୁଛନ୍ତି। ତେଣୁ ରାଜ୍ୟ ସରକାର ସହରାଞ୍ଚଳ ରେ ଥିବା ଜଗନ୍ନାଥ ମନ୍ଦିର ଓ ଏହା ସହିତ ଥିବା ଭଗବତ ଟୁଙ୍ଗି ଏହାର ସଂସ୍କୃତି, ମନ୍ଦିର ର ସୁରକ୍ଷା ପ୍ରତି ଆବଶ୍ୟକ ଅନୁଦାନ ର ବ୍ୟବସ୍ଥା କରିବା ପାଇଁ ଜଗନ୍ନାଥ ପ୍ରେମୀ ଏବେ ଦାବି କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ