ବ୍ଳକ୍ ଅଧ୍ୟକ୍ଷଙ୍କ ଆଶୁ ଆରୋଗ୍ଯ କାମନା କରି ମାଆ କୁମାରଶୁଣି ପୀଠରେ ଦୀପଦାନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ କିଛି ଦିନ ହେବ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଶାରୀରୀକ ଭାବେ ଅସୁସ୍ଥ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି I ଏଣୁ ସମସ୍ତଙ୍କର ପ୍ରିୟ ବ୍ଳକ୍ ଅଧ୍ୟକ୍ଷଙ୍କ ଆଶୁ ଆରୋଗ୍ଯ କାମନା କରି ଆଜି ଅପରାହ୍ନ ୪ ଘଣ୍ଟା ୩୦ ମିନଟ ସମୟରେ ବଙ୍କା ପଞ୍ଚାୟତର କିରାପଲ୍ଲୀ ନିକଟସ୍ଥ ମାଆ କୁମାରଶୁଣି ପୀଠରେ ବଙ୍କା ପଞ୍ଚାୟତର ଯୁବ ବିଜେଡି ନେତା ପଞ୍ଚାନନ ପ୍ରଧାନଙ୍କ ନେତୃତ୍ୱରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ନାରାୟଣ ସ୍ଵାଇଁ, ୪୮ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ପଞ୍ଚାନନ ନାୟକ, ୪୭ ଜୋନ ବିଜେଡି ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୃଷ୍ଣଚନ୍ଦ୍ର ପଟନାୟକ, ବିନୋଦ କୁମାର ପୋଲାଇ, ସିରିସ କୁମାର ପ୍ରଧାନ, ରମେଶ୍ ଗୌଡ଼, ରାଜେଶ ଗୌଡ଼, ପ୍ରଫୁଲ୍ଲ ବେହେରା, ଓ ବୈଦ୍ୟନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ଆରୋଗ୍ୟ ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପ୍ରକାଶ ଥାଉକି ଶ୍ରୀ ନାୟକ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ବେଲଗୁଣ୍ଠା ବ୍ଳକ୍ ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ବେଳେ ଦ୍ୱିତୀୟଥର ପାଇଁ ୨୦୨୨ ରୁ ବ୍ଲକ୍ ର ଜନ ସାଧାରଣଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇ ପଂଚାୟତ ସମିତିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସୁଛନ୍ତି I ଆଜି ପ୍ରଶାନ୍ତଙ୍କ ସମର୍ଥକ ମାନେ ପ୍ରଶାନ୍ତ ଖୁବ୍ ଶୀଘ୍ର ସୁସ୍ଥା ହୋଇ ଆସି କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ମାଆ କୁମାରଶୁଣିଙ୍କ ନିକଟରେ ଗୁହାରୀ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ