ଜରାଜୀର୍ଣ୍ଣ ଅବସ୍ଥାରେ ୧୩୪ ବର୍ଷର ବିଦ୍ୟାଳୟ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଖରା ହେଲେ ବାରଣ୍ଡାରେତ ତ ବର୍ଷା ହେଲେ ଛତା ଧରି ଛାତ ତାଳେ ରହି ପାଠ ପଢ଼ୁ ଥିବା ଏମିତି ଏକ ବିଦ୍ୟାଳୟର ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳ ଥିବା ବ୍ରିଟିଶ ଅମଳର ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟ। ୧୮୮୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସରକାରୀ ପ୍ରଥମିକ ବିଦ୍ୟାଳୟ ଟି ଏବେ ଜରାଜୀର୍ଣ୍ଣ ଅବସ୍ଥା l ଯାହା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ଫୁଙ୍ଗୁଳା ଚିତ୍ର ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଅନୁସୂଚିତ ଜନଜାତି ଓ ଜାତି ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବଡ଼ଗାଁ ବିଦ୍ୟାଳୟ ଟି ୧୮୮୯ ମସିହାରେ ପ୍ରତିଷ୍ଠା ହୋଇଥିବା ସେହି ପୁରୁଣା କୋଠା ରେ ଚାଲିଛି। ଏହି ବିଦ୍ୟାଳୟ ରେ ପ୍ରଥମ ଠାରୁ ପଞ୍ଚମ ପର୍ଯ୍ୟନ୍ତ ରହିଥିବା ବେଳେ ପ୍ରଥମ ରେ ୭ ଜଣ ଦ୍ୱିତୀୟ ରେ ୪ଜଣ, ତୃତୀୟ ରେ ୫ ଜଣ, ଚତୁର୍ଥ ରେ ୮ଜଣ, ପଞ୍ଚମ ରେ ୫ ଜଣ ମୋଟ ୩୦ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି। ବର୍ଷା ହେଲେ ଛତା ଧରି ଛାତ ତଳେ, ଖରା ହେଲେ ବାରଣ୍ଡା ରେ ପାଠ ପଢୁଛନ୍ତି । ଯାହା ଫଳରେ ପାଠ ପଢିବା ଅସୁବିଧା ହେଉଛି। ବର୍ଷା ପାଣି ପିଲାଙ୍କ ଦେହକୁ ବାଜୁଛି ଓ ଶ୍ରେଣୀ କୋଠରୀ ରେ ପଢିବା ପାଇଁ ଭୟ ମଧ୍ୟ ଲାଗୁଛି। କେନ୍ଦ୍ରର ସର୍ବଶିକ୍ଷା ଅଭିଯାନ ଓ ରାଜ୍ୟ ସରକାରଙ୍କ ୫ଟି ମାଧ୍ୟମରେ ସ୍ମାର୍ଟ ସ୍କୁଲ ନିର୍ମାଣ କରି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ନେଇ ପ୍ରଚାର ପ୍ରସାର କାରୁଥିବା ବେଳେ ଏହି ବଡଗାଁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ରକୁ ପଦରେ ପକାଇଦେଇଛି। ବିଦ୍ୟାଳୟ କୋଠା ଠିକ ନଥିବାରୁ ପିଲାଙ୍କ ଉପସ୍ଥାନ ହ୍ରାସ ପାଉଛି। ନୂତନ ଶ୍ରେଣୀ କୋଠରୀ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅଭିଭାବକ l ବାଲିଗୁଡ଼ା ଶିକ୍ଷା ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ କହିଲେ ଏହି ବିଦ୍ୟାଳୟ କୁ ବୁଝାଯିବ l ଏହି ବିଦ୍ୟାଳୟ ରେ ୩୦ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି। କିନ୍ତୁ ଶ୍ରେଣୀ କୋଠରୀର ଆବଶ୍ୟକ ରହିଛି। ଯେଉଁ କୋଠରୀ ରହିଛି ତାହା ବିପଦ ସଙ୍କୁଳ ଅବସ୍ଥା ରେ ରହିଛି । ତେଣୁ ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ଲିଖିତ ପତ୍ର ପ୍ରଦାନ କରି ଅନୁରୋଧ କରିଥିବା ବିଷୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆର୍ତ୍ତ ଚନ୍ଦ୍ର ଖଟୁଆ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ