ଗ୍ରାମୀଣ ଡାକସେବକଙ୍କ ଅକାଳ ବିୟୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗେଡମା ଗ୍ରାମର ଗ୍ରାମୀଣ ଡାକସେବକ ଗୋଲକ ବିହାରୀ ଦାସଙ୍କ ୫୫ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସେ ଗତ କିଛିଦିନ ପୁର୍ବେ ବାଲେଶ୍ୱରର ଏକ ଡାକ୍ତରଖାନାରେ ଷ୍ଟୋନ ଅପରେସନ ହେବାର କିଛିଦିନ ପରେ ପୁନଶ୍ଚ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତୁ୍ୟ ଘଟିଥିଲା । ଆଜି ସନ୍ଧ୍ୟାରେ ତାଙ୍କର ମରଶରୀର ଗାଁରେ ପହଞ୍ଚିବାପରେ ଗେଡମା ସରପଞ୍ଚ ସିଲାରାଣୀ କାଣ୍ଡି, ସୁରେନ୍ଦ୍ର କୁମାର କାଣ୍ଡି, କୋଦଣ୍ଡଧର ଜେନାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କ ଭାଇ ମାନସ କୁମାର ଦାସ, ଜୀବନକୃଷ୍ଣ ଦାସ, ଝିଅ ଅନନ୍ୟା ଦାସ, ମାମାଲି ଦାସଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ତିତ ଥିବାବେଳେ ପୁତୁରା ବିଭୁତି ଭୂଷଣ ଦାସ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ