ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ସମିତି ଗଠନ ଦାବି       

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ନିଟସ୍ଥ ଲିଆଖିଆ ଗ୍ରାମର ଜନସାଧାରଣ ଆଜି ଏକ ସାମ୍ବାଦିକ ସମ୍ମିଳନୀ କୋଣାର୍କ ର ଅର୍କଶ୍ରୀ ଶିଳ୍ପୀ ବାଟିକାରେ ଆୟୋଜନ କରିଥିଲେ । ଗ୍ରାମ୍ୟ ସୁରକ୍ଷା କମିଟି ରେ ସଦସ୍ୟତା ନକରାଇବା ଦେବା ପରି ହୀନ ଚକ୍ରାନ୍ତ ପୂର୍ବକ କିଛି ମୁଷ୍ଟିମେୟ ବ୍ୟକ୍ତି ଦଳିତ ସମ୍ପ୍ରଦାୟର ଲୋକଙ୍କୁ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ରେ ସଦସ୍ୟତା କରାଇ ଦେଉନାହାନ୍ତି। ଫଳ ରେ ଉକ୍ତ ଗ୍ରାମବାସୀ ପ୍ରଥମେ ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ।କିନ୍ତୁ ଗ୍ରାମବାସୀ ନ୍ୟାୟ ନପାଇବା ରୁ ମାନ୍ୟବର ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଏ ନେଇ ନିଜର ରାୟ ପ୍ରକାଶ କରି ଉକ୍ତ ଗ୍ରାମବାସୀ ଙ୍କୁ ସୁରକ୍ଷା କମିଟି ରେ ସଦସ୍ୟ କରାଇବା ପାଇଁ ପୁରୀ ଜିଲ୍ଲା ବନ୍ୟ ପ୍ରାଣୀ  ବିଭାଗ ଓ କୋଣାର୍କ ବନ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶ କୁ ଅବମାନନା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଆଗାମୀ ଦିନରେ କମିଟି ଗଠନ ନ ହେଲେ ଆନ୍ଦୋଳନ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ