ଗ୍ରାମ ପଂଚାୟତସ୍ତରୀୟ ସାପ୍ତାହିକ ବୈଠକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପ୍ରଶାସନିକ କ୍ଷେତ୍ରରେ ବିଭିନ୍ନ ଉନ୍ନୟନ ମୂଳଳ କାର୍ଯ୍ୟର ସଫଳ ରୂପାୟନ ହେବା ସହ ଜନସାଧାରଣଙ୍କ ପାଇଁ କିପାି ଉପଯୋଗୀ ହୋଇପାରିବ, ତାହାକୁ ନେଇ ରାଜ୍ୟ ସରକାର ବେଶ ଯତ୍ନଶୀଳ ହୋଇଛନ୍ତି । ଯୋଜନାର କାର୍ଯ୍ୟକାରିତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତାବୃଦ୍ଧି ପାଇଁ ରାଜ୍ୟ ସରକାର ୫ଟି ତତ୍ୱକୁ ଗୁରୁତ୍ୱପୂର୍ଣ୍ଣଭୂମିକା ଭାବେ ସବୁ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ କଡ଼ାକଡ଼ି କରୁଛନ୍ତି । ସରକାରଙ୍କ ଏହି ମହତ୍ୱ ଲକ୍ଷ୍ୟ ଗୁଡ଼ିକୁ ତୃଣମୂଳସ୍ତରରେ ସଫଳ ରୂପାୟନ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ହୋଇଛି ପଂଚାୟତସ୍ତରୀୟ ସାପ୍ତାହିକ ବୈଠକ କାର୍ଯ୍ୟକ୍ରମ । ପ୍ରତ୍ୟେକ ମାସର ସାପ୍ତାହିକ ସେମାବାର ପ୍ରତି ପଂଚାୟତରେ ବୈଠକ ଅନୁଷ୍ଠିତ ହେବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷିରେ ସୋମବାର ସ୍ଥାନୀୟ ବ୍ଳକର ସମସ୍ତ ପଂଚାୟତରେ ସାପ୍ତାହିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମନରେଗା ଯୋଜନା, ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଉନ୍ନୟନ ପ୍ରକଳ୍ପ, ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ରାଜ୍ୟ ଆୟୋଗ ଅନୁଦାନକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ, ଉନ୍ନୟନ କାର୍ଯ୍ୟଗୁଡ଼ିକର ବୈଠକରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଂଚାୟତର ନିର୍ବାହୀ ଅଧିକାରୀ, ସରପଂଚ, ଜିଆରଏସ ଓ ୱାର୍ଡ଼ ସଭ୍ୟ/ ସଭ୍ୟା ମାନେ ଅଂଶ ଗ୍ରହଣ କରିଥିଲେ ।