ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଲୁଟ : କିଓସ୍କୋ ବ୍ୟାଙ୍କ ନାମରେ ଚାଲିଛି ଟଙ୍କା ଜାଲି ଆତି

ମୋହନା (ଅଂଶୁମାନ ପ‌ଣ୍ଡା): ଗଜପତି ଜିଲ୍ଲା କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆରେ ସମ୍ପୃକ୍ତ କରାଯାଇଥିବା ଜନସେବା କେନ୍ଦ୍ର ଓ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଗାଁ ଗହଳୀରେ ଗରିବ ଲୋକମାନେ ନିଜର ଆଧାର କାର୍ଡ, ଜମି ପଟ୍ଟା, ଭୋଟ ପରିଚୟ ପତ୍ର ଆବେଦନ କରି ପାରିବେ ଖୁବ କମ ସମୟରେ ଓ ହାତ ପାହାନ୍ତରେ ବ୍ୟାଙ୍କ ସେବା ପାଇ ପାରିବେ ଏ ନେଇ ସରକାର ଡିଜିଟାଲ ଇଣ୍ଡିଆ କରିଛନ୍ତି । ହେଲେ ଏହି ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଚାଲିଥିବା ଗ୍ରାହକ ସେବା କେନ୍ଦ୍ରରେ ଗରିବଙ୍କ ଟଙ୍କା ଲୁଟ ହୋଇଥିବା ଆସିଛି ଅଭିଯୋଗ । ମୋହନା ବ୍ଳକର ବଡଖଣି ଗ୍ରାମର କାଟୁଆଲୁ ମଲ୍ଲିକ ନିଜର ୟୁନିଟେଡ ବ୍ୟାଙ୍କ ଖାତା ନେଇ ୧୨ ତାରିଖ ଦିନ ମୋହନା ଆସିଥିଲେ । ବ୍ୟାଙ୍କରେ ଭିଡ ଥିବା ଯୋଗୁଁ ପାଖରେ ଥିବା ତାପସ କୁମାର ସାହୁ ନାମରେ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଅତି ଆବଶ୍ୟକ ଥିବାରୁ ୧୦ ହଜାର ଟଙ୍କା ଉଠାଇବାକୁ ନିଜର ଫିଙ୍ଗର ପ୍ରିଟଂ ଦେଇଥିଲେ । କିନ୍ତୁ କିଛି ସମୟ ପରେ ଗ୍ରାହକ ସେବା କେନ୍ଦ୍ର ମାଲିକ ତାଙ୍କୁ କହିଥିଲେ । ତୁମର ଖାତା ବନ୍ଦ ହୋଇ ଯାଇଛି ଏଥିରୁ ପଇସା ବାହାରିବ ନାହିଁ । ଯାହାରି ଫଳରେ ଗରିବ ବୁଡି ମାଁ ଜଣକ ବ୍ୟାଙ୍କକୁ ଯାଇ ନିଜର ଖାତା ଯାଂଚ କରିବା ବେଳେ ବ୍ୟାଙ୍କ ଅଧିକାରୀ ତାଙ୍କୁ କହିଥିଲେ ବର୍ତମାନ କିଛି ସମୟ ପୂର୍ବରୁ ଆପଣଙ୍କ ଖାତାରୁ ୧୦ ହଜାର ଟଙ୍କା ଉଠାଯାଇଛି । ବକେୟା ୧୭ ହଜାର ୪ ଶହ ୨୦ ଟଙ୍କା ୫୩ ପଇସା ଆପଣଙ୍କ ଖାତାରେ ରହିଛି ଜମା । ଏହି କଥା ଶୁଣି ବଢିମା ଜଣକ ନିଜ ଝିଅ ସହ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ପଚାରିବାରୁ ଗ୍ରାହକ ସେବା କେନ୍ଦ୍ର ମାଲିକ ବୁଢିମାଙ୍କ ଝିଅଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ । କିଛି ସମୟ ପରେ ତାଙ୍କୁ ୨ ଦିନ ମଧ୍ୟରେ ଟଙ୍କା ଫେରାଇବାକୁ କହି ଆଜକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଗ୍ରାହକ ସେବା କେନ୍ଦ୍ର ମାଲିକ ତାଙ୍କୁ ଟଙ୍କା ଫେରାଇ ନାହାନ୍ତି । ଯାହାରି ଫଳରେ ବୁଢିମା ଜଣକ ଦୁଃଖ କଷ୍ଟରେ କାହାକୁ ନଜଣାଇ ଘରେ କାନ୍ଦୁଛନ୍ତି । ତେଣୁ ଏଥି ପ୍ରତି ବ୍ୟାଙ୍କ ଅଧିକାରୀ ଉକ୍ତ ଗ୍ରାହକ ସେବା କେନ୍ଦ୍ରକୁ ବନ୍ଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ପ୍ରକାଶ ଥାଉକି ବ୍ୟାଙ୍କ ଖାତାଧିକାରୀଙ୍କ ଖାତାରେ ବାରକୋଡ ଷ୍ଟିକର ନଥିବାରୁ ଖାତା ପ୍ରିଂଟ କରି ପାରୁନାହାନ୍ତି । କିନ୍ତୁ ଗ୍ରାହକ ସେବା କେନ୍ଦ୍ର ୫୦ ରୁ ୧୦୦ ଟଙ୍କା ନେଇ ବାରକୋଡ ଷ୍ଟିକର ବିକ୍ରି କରୁଛନ୍ତି । ଅନେକ ସମୟରେ ଟଙ୍କା ଡିପୋଜିଟ ବେଳେ ଟଙ୍କା ହେରଫେର କରାଯାଉଥିବା ଘଟଣା ଘଟୁଛି କିନ୍ତୁ ବ୍ୟାଙ୍କ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ ରହୁଛି । ଏଥି ପ୍ରତି ସରକାରଙ୍କ ନଜର କେବେ ଆସିବ ଏବଂ ମିନି ବ୍ୟାଙ୍କ ଗୁଡିକ ଠକେଇରୁ ବଚିଂତ ହେବେ ଗରିବ ଆଦିବାସୀ ଲୋକମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ