ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ବନମହୋତ୍ସବ ଜଗନ୍ନାଥପୁରରେ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଅଗ୍ରଣୀ ପ୍ରକୃତିପ୍ରେମୀ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ମାଧ୍ୟମରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକି ଆଲୋଚନାଚକ୍ର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ଜେନା ଯୋଗଦେଇ ପରିବେଶ ପ୍ରଦୁଷଣ ଯୋଗୁଁ ବିଶ୍ୱ ତାପାୟନ ବୃଦ୍ଧି ପାଇଛି । ଏହାଦ୍ୱାରା ଜଳବାୟୁର ପରିବର୍ତ୍ତନ ଘଟିଛି । ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା, ମହାବନ୍ୟା, ସୁନାମୀ, ଭୂମିକମ୍ପ, ଅଜଣା ରୋଗ, ମରୁଡି, ଅଂଶୁଘାତ, ବିଶ୍ୱ ମହାମାରୀ କରୋନା ଭଳି ଭୟଙ୍କର ରୋଗ ଦେଖାଦେଇ ଲକ୍ଷ ଲକ୍ଷ ମାନବ ଜୀବନ ମୃତ୍ୟୁ ମୁଖରେ ପଡୁଛି । ଏଥିରୁ ରକ୍ଷା ପାଇବା ପାଇଁ ବହୁଳ ଭାବରେ ବୃକ୍ଷରୋପଣ କରାଯିବା ସହ ପୁରୁଣା ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁରେନ୍ଦ୍ରନାଥ ବେହେରା, ଦେବକାନ୍ତ ମଲ୍ଲ, ରଞ୍ଜନ କୁମାର ନାୟକ, ଭଞ୍ଜକିଶୋର ଦାସ, ଅବସରପ୍ରାପ୍ତ ସୈନିକ ମୁରଲୀଧର ଦାସ, ଯୁଧିଷ୍ଟିର ସ୍ୱାଇଁ, ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ଅବସରରେ ପିଜୁଳି, ଅଁଳା, ଆକାଶି, ସୁନାରୀ, ଲେମ୍ବୁ, ଶିଶୁ ଆଦି ବୃକ୍ଷର ଚାରାରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ