ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲ ପକ୍ଷରୁ ନୁମେରୋ ଅନପୋଜିସନ୍ ପାଳନ

ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲ ପକ୍ଷରୁ ନୁମେରୋ ଅନପୋଜିସନ୍ ପାଳନ
ଭୁବନେଶ୍ୱର, (ବ୍ୟୁରୋ): ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲ, ଲକ୍ଡ଼ି-କା-ପୁଲ ବର୍ତ୍ତମାନ ଯକୃତ (ଲିଭର୍) ରୋଗ ପରିଚାଳନା କାର୍ଯ୍ୟକ୍ରମରେ ଏକ ବ୍ୟସ୍ତବହୁଳ କଷ୍ଟସାଧ୍ୟ ଚିକିତ୍ସା ପ୍ରଣାଳୀର ସମାପନ କରିଛି । ଏହି କେନ୍ଦ୍ର ଦ୍ୱାରା ବୟସ୍କ ତଥା ଛୋଟ ପିଲାଙ୍କ ଲିଭର ପ୍ରତିରୋପଣ କରାଯାଉଛି । ଅଦ୍ୟାବଧି ଏହି କେନ୍ଦ୍ରରେ ୭୦୦ରୁ ଊଦ୍ଧ୍ୱର୍ ଯକୃତ (ଲିଭର) ପ୍ରତିରୋପଣ କାର୍ଯ୍ୟ ସମାପନ ହୋଇଛି । ଏଥିମଧ୍ୟରୁ ୧୦୦ଜଣ ଛୋଟ ପିଲାଙ୍କର ପ୍ରତିରୋପଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରୁ ହିଁ କେବଳ ୧୦୦ଜଣରୁ ଊଦ୍ଧ୍ୱର୍ ରୋଗୀଙ୍କ ଠାରେ ଏହି ସମ୍ମାନସ୍ପଦ ହସ୍ପିଟାଲରେ ଅତି ସଫଳତାର ସହ ଯକୃତ (ଲିଭର) ପ୍ରତିରୋପଣ କରାଯାଇଛି । ଉକ୍ରର୍ଷତାପୂର୍ଣ୍ଣ ଏହି କେନ୍ଦ୍ର ଯକୃତ (ଲିଭର) ରୋଗର ନିଦାନ କ୍ଷେତ୍ରରେ ବିଶେଷତ୍ୱ ପ୍ରଦାନପୂର୍ବକ ଏକ ବିଶ୍ୱସ୍ତରୀୟ କୀର୍ତିମାନ ସ୍ଥାପନ କରିଛି । ଏଠାରେ ଏକ ଅନନ୍ୟ ଯକୃତ (ଲିଭର) ଆଇସିୟୁ ସହିତ ଉନ୍ନତମାନର ଏକ ଓଟିର ବ୍ୟବସ୍ଥା ରହିଛି । ଯକୃତ (ଲିଭର) ସମ୍ବନ୍ଧୀୟ ଅତି ଗୁରୁତ୍ୱପୂର୍ଣ୍ଣ ରୋଗ କ୍ଷେତ୍ରରେ ଏଠାରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ସମସ୍ତ ପ୍ରକାର ଜଟିଳ ରୋଗ ଯଥା-ଶିଶୁ ରୋଗୀ, ସ୍ୱାପ୍ ଲିଭର ଗ୍ରାଫ୍ଟ, ସ୍ପ୍ଲିଟ୍ ଲିଭର ତଥା ଯକୃତ (ଲିଭର) ପ୍ରତିରୋପଣ ବିଫଳତା କ୍ଷେତ୍ରରେ ଉଚିତ ଚିକିତ୍ସା ପାଇଁ ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲ ଏକ ଅଦ୍ୱିତୀୟ କେନ୍ଦ୍ର । ୨୦୦୩ରେ ଏହି ପଥହୀନ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ଜଣେ ବହୁ ଦୂରଦର୍ଶୀ ନେତା, କ୍ଷାତିସମ୍ପନ୍ନ ସର୍ଜନ ତଥା ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲର ଅଧ୍ୟକ୍ଷ ଭାବେ ଡଃ କେ.ରବିନ୍ଦ୍ରନାଥ ଦେଶରେ ରହିଥିବା ଅଙ୍ଗ ପ୍ରତ୍ୟାରୋପଣ କ୍ଷେତ୍ରରେ ସୁବିଧା ସୁଯୋଗର ବିଫଳତାରେ ନିଜର ଅସହାୟତା ତଥା ଦୁଃଖ ପ୍ରକାଶ ପୂର୍ବକ ସମଗ୍ର ଭାରତୀୟ ସମୂହଙ୍କ ପାଇଁ ଏହାକୁ ପ୍ରତିଷ୍ଠା କରିଥିଲେ । ସେ ଏବଂ ତାଙ୍କର ଏକ ବିଶେଷଜ୍ଞ ଦଳ ଲଣ୍ଡନସ୍ଥିତ କିଙ୍କସ୍ କଲେଜ ହସ୍ପିଟାଲର ମିଳିତ ସହଯୋଗରେ ଭାରତରେ ଯକୃତ (ଲିଭର) ପ୍ରତିରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲ ଅଙ୍ଗ ପ୍ରତ୍ୟାରୋପଣର ଏହି କାର୍ଯ୍ୟକ୍ରମରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସାମିଲ କରି ଯକୃତ(ଲିଭର), କିଡ଼୍ନି, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ ପ୍ରଭୃତି କାର୍ଯ୍ୟକ୍ରମକୁ ହାଇଦ୍ରାବାଦ, ଚେନ୍ନାଇ ଏବଂ ମୁମ୍ବାଇରେ କାର୍ଯ୍ୟକ୍ଷମ ହୋଇପାରିଛି । ଏହି ଗୋଷ୍ଠୀରେ ସାମିଲ ହେବା ସହିତ ପ୍ରାୟ ୨୫୦୦ ଯକୃତ (ଲିଭର) ପ୍ରତିରୋପଣ ସଫଳତାର ସହିତ କରି ଗ୍ଲେନିଗଲ୍ସ ଗ୍ଲୋବାଲ ହସ୍ପିଟାଲ ବିଶ୍ୱସ୍ତରୀୟ ଅନୁମୋଦନ ଲାଭ କରି ଅଦ୍ୱିତୀୟ ବିଶେଷତ୍ୱର ଅଧିକାରୀ ହୋଇଛି । ପ୍ରତ୍ୟାରୋପଣ ସର୍ଜନ, ହେପାଟୋଲଜିଷ୍ଟ, ଆନାଥେସିଷ୍ଟ, ନର୍ସିଂ ଟିମ୍, ପରାମର୍ଶଦାତା ତଥା ଇଣ୍ଟେନସିପ୍ କେୟାର ବିଶେଷଜ୍ଞ ଦଳ । ହସ୍ପିଟାଲରେ ଯୋଗାଯାଇଥିବା ଅତ୍ୟାଧୁନିକ ସ୍ୱଦେଶୀ ନିର୍ମିତ ଏକ ଯକୃତ (ଲିଭର) ଡାଇଲିସିସ୍ ୟୁନିଟ୍ ସମାନ ଭାବେ ଏହି କେନ୍ଦ୍ରକୁ ପ୍ରମୁଖତାର ସ୍ୱାଦ ଦେଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ