ଘଟଗାଁ ତହସିଲ୍ରେ ବାଘ ନଥିବା ସମୟରେ ମିରିଗ କରୁଛନ୍ତି ନାଟ
ଘଟଗାଁ,(ନାରାୟଣ ପଲେଇ):ବର୍ତମାନ କରୋନା ସମୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ପ୍ରତ୍ୟେକ ବ୍ଲକ୍ରେ କରୋନା ମୁକାବିଲା ପାଇଁ ସ୍ଥାନୀୟ ତହସିଲ୍ଦାରଙ୍କୁ ପରିଚାଳନା ଦାୟୀତ୍ୱ ଦେଇଛନ୍ତି । ତେବେ ତହସିଲଦାର କରୋନା ପରିଚାଳନା କରିବାକୁ ଯାଇ ତହସିଲ୍ ଅଫିସ୍ କାର୍ଯ୍ୟାଳୟରେ ପ୍ରାୟତଃ ଅନୁପସ୍ଥିତ ରହୁଛନ୍ତି । ଯାହାର ଭରପୁର ଫାଇଦା ଉଠାଉଛନ୍ତି ତହସିଲ୍ ଅଫିସ୍ର ଅନ୍ୟ କର୍ମଚାରୀ ମାନେ । ଏମିତି କିଛି ମନମୁଖି କାର୍ଯ୍ୟ କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ୍ ଅଫିସ୍ କାର୍ଯ୍ୟାଳୟରେ ଦେଖାଯାଇଛି । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ୍ କାର୍ଯ୍ୟାଳୟ । ବର୍ତମାନ କରୋନା ସମୟରେ ଘଟଗାଁ ବ୍ଲକ୍ କରୋନା ପରିଚାଳନା ଦାୟୀତ୍ୱରେ ତହସିଲ୍ଦାର ଜନଜ କୁମାର ନାଏକ କାର୍ଯ୍ୟରତ ଅଛନ୍ତି । ତେଣୁ ସେ କୋଭିଡ-19 କାର୍ଯ୍ୟ ବ୍ୟସ୍ଥତା ଯୋଗୁଁ ପ୍ରାୟତଃ କାର୍ଯ୍ୟାଳୟରେ ରହିପାରୁନାହାନ୍ତି । ଫଳରେ ଅନ୍ୟକର୍ମଚାରୀ ମାନେ ଏହାର ଭରପୁର ଫାଇଦା ଉଠାଉଥିବା କିଛି ଦିନ ହେବ ସ୍ତାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେମିତି କି କାର୍ଯ୍ୟାଳୟର ଭିତର ପାଶ୍ୱର୍ରୁ ତାଲା ପକାଇ ଭିତରେ ବସି ଗୁଲି ଖଟି କରୁଥିବା ଜନସାଧାରଣ ଅଭିଯୋଗ ଆଣିଛନ୍ତି । ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ସରକାରୀ ଅଫିସ୍ କାର୍ଯ୍ୟାଳୟ ଗୁଡିକୁ ଗେଟ୍ ବନ୍ଦ କରି ଅଫିସ୍ ଭିତରେ ନିଜ ନିଜର କାର୍ଯ୍ୟ ତୁଲାଇବା କଥା । କିନ୍ତୁ ଘଟଗାଁ ତହସିଲ୍ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି । କାର୍ଯ୍ୟାଳୟ ଗେଟ୍ ବନ୍ଦ କରି ଗେଟ୍ ପାଖରେ କୌଣସି କର୍ମଚାରୀ ନରହିବା ସହିତ ଯଦି କେହି କୌଣସି କାର୍ଯ୍ୟରେ ତହସିଲ୍ ଅଫିସ୍କୁ ଆସୁଚି, ଗେଟ୍ ସମ୍ମୁଖରେ ଠିଆ ହୋଇ କର୍ମଚାରୀଙ୍କୁ ଡାକିଲେ ମଧ୍ୟ ତାଙ୍କ କଥାକୁ କେହିବି କର୍ଣ୍ଣପାତ କରୁନାହାନ୍ତି ବୋଲି ଲୋକେ ପ୍ରକାଶ କରିଛନ୍ତି । ଯଦି କେହି ଜନସାଧାରଣ ଏ ସମ୍ପର୍କରେ ପ୍ରଶ୍ନ କରୁଛନ୍ତି ତାଙ୍କୁ ଆମେ ତମର ଚୌକିଦାର ନୁହଁ ଯେ ତାଲା ଖୁଲିବୁ, ଗେଟ୍ ତାଲା ଖୁଲା ଜିବନି ତମେ ଯାହା କରିବା କଥା କର, ଜିଲ୍ଲାପାଳ ଆମକୁ ନିର୍ଦ୍ଦେଶ ଦେଇଛନ୍ତି ମାନେ ଆମେ କିଛିବି କରିପାରୁ, ତହସିଲ୍ଦାର ନାହାନ୍ତି, ତମେ କହିବାକୁ କିଏ! ଏଭଳି ଜନସାଧାରଣଙ୍କ ସହିତ ଯୁକ୍ତି ତର୍କ କରିବା ସହିତ ବେଳେ ବେଳେ ଅସଭ୍ୟ ଭାଷାରେ ଜନସାଧାରଣଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଯଦି କୌଣସି ଅଶୀକ୍ଷିତ ଲୋକ କୌଣସି କାମରେ କାର୍ଯ୍ୟାଳୟକୁ ଯାଉଛି, ତାଙ୍କୁ ବର୍ତମାନ ପରିସ୍ଥିତିରେ ନିୟମ ନାହିଁ କାମ କରିବାକୁ କିନ୍ତୁ ଯିଏ ଟଙ୍କା ଦେବା ତାର କାମ ହେବ ନହେଲେ ନାହିଁ ଏଭଳି ଠକି ଭଣ୍ଡି ସାଧାରଣ ଗରିବ ମାନଙ୍କ ପାଖରୁ ଭିତିରିଆ କର୍ମଚାରୀ ମାନେ ଲୁଟୁଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଯାହାର କୌଣସି ଖବର ପାଇପାରୁ ନାହାନ୍ତି ଘଟଗାଁ ତହସିଲ୍ଦାର ଶ୍ରୀଯୁକ୍ତ ନାଏକ । କାରଣ ସେ ବର୍ତମାନ କରୋନା ପରିଚାଳନା ଦାୟୀତ୍ୱରେ ଥିବା ଯୋଗୁଁ ସେ ଏ ସବୁ ଖବରର କୌଣସି ଅଭାସ୍ ପାଇପାରୁନାହାନ୍ତି । ଏଥି ସହିତ ତହସିଲଦାର ସାର୍ ଥିବା ସମୟରେ ସମସ୍ତେ ମାସ୍କ ଲଗାଇ କାର୍ଯ୍ୟ କରୁଛନ୍ତି । କିନ୍ତୁ ତହସିଲଦାରଙ୍କ ଯିବା ପରେ ଘଟଗାଁ ତହସିଲ୍ରେ ବାଘ ନଥିବା ସମୟରେ ମିରିଗ ନାଟ ଭଳି ଦୃଶ୍ୟର୍ସୃଷ୍ଟି ହେଉଥିବା ଲୋକେ ଆଲୋଚନା କରୁଛନ୍ତି । ତହସିଲଦାରଙ୍କ ଯିବା ପରେ ସମସ୍ତ କର୍ମଚାରୀଙ୍କ ବ୍ୟବହାର ବଦଳି ଯାଉଛି,ଯେମିତି କି ସମସ୍ତେ ମୁହଁର ମାସ୍କକୁ ବେକରେ ପିନ୍ଧୁଛନ୍ତି, ଉଭୟଙ୍କ ମଧ୍ୟରେ ସାମାଜିକ ଦୂରତା ରଖୁନାହାନ୍ତି । ତେବେ ଏହାର ସତ୍ୟାସତ୍ୟ ତଦାରଖ କରିବା ପାଇଁ ଆମ ପ୍ରତିନିଧି ଆଜି ଘଟଗାଁ ତହସିଲ୍ ଅଫିସ୍ରେ ଶ୍ରୀଯୁକ୍ତ ନାଏକଙ୍କ ଅନୁପସ୍ଥିତିରେ ପହଂଚିଥିଲେ । ଆଉ ଦେଖିଲେ ଜନସାଧାରଣଙ୍କ ଅଭିଯୋଗକ୍ରମେ କାର୍ଯ୍ୟାଳୟର ଅବସ୍ଥା ଠିକ୍ ଅବିକଳ । ଅନ୍ୟପକ୍ଷରେ ଆମ ପ୍ରତିନିଧି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଥାଇ ଭିତରକୁ ଯିବା ପାଇଁ ଅନୁମତି ମାଗିଥିଲେ କିନ୍ତୁ କର୍ମଚାରୀ ମାନେ ଭିତରକୁ ପ୍ରବେଶ ନକରିବା ସହିତ ଉକ୍ତ କର୍ମଚାରୀଙ୍କ ମଧ୍ୟରୁ ଦେବାଶିଷ ପଣ୍ଡା ନାମକ ଜଣେ କର୍ମଚାରୀ ଯିଏକି ନାଜର ପଦବିରେ କାର୍ଯ୍ୟରତ ଅଛନ୍ତି । ସେ ତାଙ୍କ ମନକୁ ଯାହା ଆସିଥିଲା ତାହା କହିବା ସହିତ ତମ ଭଳିଆ ସାମ୍ବାଦିକ ଆମେ ବହୁତ ଦେଖିଚୁ, ତମକୁ ଫୋଟୋ ଉଠାଇବାକୁ କିଏ କହିଲା, କାହା ଅନୁମତିରେ ଫୋଟୋ ଉଠାଇଲେ, ଆମେ ତୁମର ଚାକାର ନୁହଁ, ସାମ୍ବାଦିକ ମାନେ ଚାରିଆଡେ ବୁଲୁଛନ୍ତି ତହସିଲଦାରଙ୍କୁ କହି ଆପଣଙ୍କୁ କ୍ୱାରେଂଟାଇନ୍ରେ ରଖିଦେବୁ, ଆମର କେହିକିଛି କରିପାରିବେ ନାହିଁ ଏଭଳି ଅନେକ ଯୁକ୍ତି କରିଥିଲେ ଏବଂ ତାଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଆମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠେ ଯଦି ସାମ୍ବାଦିକ ଭାଇ ମାନଙ୍କୁ ଏଭଳି ବ୍ୟବହାର କରୁଛନ୍ତି ତେବେ ଏ ସରକାରୀ ବାବୁ ମାନେ ସାଧାରଣ ଲୋକଙ୍କୁ କେତେ କଣ କହିଯାଉଥିବେ । ଗୋଟିଏ ପଟେ ଘଟଗାଁ ତହସିଲ୍ଦାର କରୋନା ଯୋଦ୍ଧା ହୋଇ ଲୋକମାନଙ୍କୁ ସଚେତନ କରିବାକୁ ଯାଇ ପ୍ରତ୍ୟେକ ଦିନ ଘଟଗାଁ ବ୍ଲକ୍ ଅନ୍ତର୍ଗତ ଘଟଗାଁ ବଜାର, ଢେଙ୍କିକୋଟ ବଜାର ଏବଂ ପଣ୍ଡାପଡା ଇତ୍ୟା ବଜାର ଗୁଡିକରେ ପ୍ରତ୍ୟେକ ଦିନ ଦିନ ତମାନ ପେଟ୍ରୋଲିଂ କରୁଛନ୍ତି । ତହସିଲ୍ଦାରଙ୍କ ଏଭଳି କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକ ସମେତ ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଘଟଗାଁ ତହସିଲ୍ଦାର ଭଲ କାମ କରୁଥିବା ଚର୍ଚ୍ଚା ହେଉଛି । କିନ୍ତୁ ଅନ୍ୟପଟେ ଘଟଗାଁ ତହସିଲ୍ଦାରଙ୍କ ଅନୁପସ୍ଥିତିରେ ଅନ୍ୟ କର୍ମଚାରୀ ମାନେ ଜନସାଧାରଣଙ୍କ ପ୍ରତି ଅତ୍ୟାଚାର, ନାଲିଆଖି, ଦାଦାଗିରି କରୁଥିବା କଥା ପ୍ରକାଶ ପାଉଛି । ତେବେ କରୋନା ପରିଚାଳନା ଦାୟୀତ୍ୱରେ ଥିବା ତହସିଲ୍ଦାର ମହାଶୟ କୌଣସି ଜନସାଧାରଣ କିମ୍ବା ବ୍ୟବସାୟୀ ଯଦି କରୋନା ନିୟମକୁ ଅବମାନନା କରୁଛନ୍ତି, ତାଙ୍କ ଠାରୁ ଫାଇନ ଆଦାୟ କରିବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଘଟଗାଁ ତହସିଲ୍ ଅଫିସ୍ କର୍ମଚାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷରେ ଘଟଗାଁ ତହସିଲ୍ କର୍ମଚାରୀଙ୍କ ଦାଦାଗିରି ଯଦି ଏପରି ବଢିଚାଲେ ତେବେ ଆଗାମୀ ଦିନରେ ଘଟଗାଁ ଅଂଚଳର ଜନସାଧାରଣ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।


