ଘଟଗାଁ ବନାଂଚଳ ଦୁର୍ନୀତି ଘଟଣା; କାର୍ଯ୍ୟାନୁଷ୍ଟାନରେ ବିଳମ୍ବକୁ ନେଇ ପ୍ରଶ୍ନବାଚୀ

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଘଟଗାଁ ବନାଂଚଳରେ ବୃକ୍ଷ ରୋପଣ ନାଁରେ ହୋଇଥିବା ଲକ୍ଷାଧିକ ଟଙ୍କା ହେରଫେର ଘଟଣାର ପରଦାଫାସ ଗଣମାଧ୍ୟମ କରିବା ପରେ ଦୁଇ ଜଣ ଏସିଏଫଙ୍କ ଦ୍ୱାରା ବନ ବିଭାଗ ଦୁଇ ଦିନ ଧରି ମାରାଥନ ତଦନ୍ତ କରାଇଛି ଓ ସମସ୍ତ ହେରଫେରର କଚ୍ଚା ଚିଠା ଡିଏଫଓଙ୍କୁ ମିଳିସାରିଛି ତେବେ ତଦନ୍ତର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଏବେ ଘଟଣାରେ ବଡବଡିଆଙ୍କ ସମୃକ୍ତିକୁ ସ୍ପଷ୍ଟ କରୁଛି । ତେବେ ଜିଲ୍ଲା ବାସୀ ଏବେ କେନ୍ଦୁଝର ଡିଏଫଓଙ୍କ କାର୍ଯ୍ୟାନୁଷ୍ଟାନକୁ ଅପେକ୍ଷା କରିବସିଥିବା ବେଳେ ଘଟଗାଁ ବନାଂଚଳର ଦୋଷୀ ଅଧିକାରୀ ମାନେ ନିଜ ପାରିବା ପଣିଆକୁ ହାଟ ବଜାରରେ ଦେଖେଇ ହେଉଛନ୍ତି ଓ ଟଙ୍କା ଦ୍ୱାରା ସବୁ କିଛି କିଣାଯାଇ ପରେ ବୋଲି କହିବୁଲୁଛନ୍ତି । ତେବେ ସବୁଠାରୁ ବଡକଥା ବର୍ତମାନର କେନ୍ଦୁଝର ଏସିଏଫ ଘନଶ୍ୟାମ ମାହାନ୍ତ ଗତ ପାଂଚ ବର୍ଷତଳେ ଘଟଗାଁ ରେଂଜର ଭାବେ କାର୍ଯ୍ୟ କରୁଥିଲେ ଓ ସେ ସମୟରୁ ଗାର୍ଡ ରାଉତ ବାବୁ ପୁରା ବନାଂଚଳର କଥା ବୁଝୁଥିଲେ ଆଉ ଏବେ ମାହନ୍ତ ବାବୁ ଏସିଏଫ ତଥା ପୁରା ଦୁର୍ନୀତିର ତଦନ୍ତ କାରୀ ଅଧିକାରୀ ଥିବାରୁ ସାମ୍ବାଦିକ ମାନେ ତାଙ୍କର କିଛି କରି ପାରିବନି ବୋଲି ମଧ୍ୟ ଏଠି ସେଠି କହିବୁଲୁଛନ୍ତି । ସୁଚନା ଅନୁଯାୟୀ ଘଟଗାଁ ବନବିଭାଗ ଦ୍ୱାରା ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଏବଂ କେନ୍ଦୁଝର ଡିଏଫଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ କିନ୍ତୁ ସେହି ସମୟରେ ଘଟଗାଁ ବନବିଭାଗର କିଛି ଅଧିକାରୀ ଘଟଣାକୁ ଚପେଇ ଦେବାର ପ୍ରୟାସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଣିବାକୁ ଚେଷ୍ଟା କରିଥିଲେ ଯାହାର ଭିଡିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ତେବେ ଏତେ ସବୁ ପରେ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଏବେ ଡିଏଫଓଙ୍କ ଭୁମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଏହି ଘଡି ସନ୍ଧି ମୁହୁତ୍ରରେ ଘଟଗାଁ ବନବିଭାଗର ପାଠକ ବୋଲାଉ ଥିବା ଫରେଷ୍ଟ ଗାର୍ଡ ରାଉତ ବାବୁ ଭୁବନେଶ୍ୱରରୁ ଫେରି ସବୁ ସଟଆଉଟ କରିଦେଇଥିବା ହାଟବଜାରରେ କହିବୁଲୁଥିବାର ଦେଖାଯାଇଛି । ଏମିତିକି ସେ ପିସିସିଏଫ ମାନଙ୍କ ସହ କଫି ପିଅନ୍ତି ତେଣୁ ସେ ଦଶ ବର୍ଷ ହେବ ଘଟଗାଁରେ ରହିଛନ୍ତି , ତାଙ୍କର ଡିଏଫଓ କଣ କରିବେ ବୋଲି ଲୋକ ମାନଙ୍କୁ କହୁଥିବାର ଆଲୋଚନା ହେଉଛି । ଆହୁରୀ ମଧ୍ୟ ସବୁ ଦର୍ନୀତିରୁ ଏସିଏଫ ଓ ଡିଏଫଓ ଭାଗ ନେଉଥିବା ଲୋକ ମାନଙ୍କୁ ବଜାର ଘାଟାରେ ରାଉତ ବାବୁ କହୁଥିବା ଶୁଣାଯାଉଛି । ତେବେ ସ୍ଥାନୀୟ ଅଂଚଳରେ ହେଉଥିବା ଆଲୋଚନା ଓ ଡିଏଫଓଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଟାନରେ ବିଳମ୍ବତା ଘଟଣା ଏବେ ଶୁଣାଶୁଣି କଥାର ସ୍ପଷ୍ଟତାକୁ ପ୍ରତିପାଦନ କରୁଛି । ଅନ୍ୟ ପକ୍ଷରେ ସାରା ରାଜ୍ୟ ବାସୀ ଏବେ ଅଭୟ ପାଠକଙ୍କ ସମ୍ପତି କୁ ନେଇ ଆଶ୍ଚାର୍ଯ୍ୟନ୍ୱୁତ ଥିବା ବେଳେ କେନ୍ଦୁଝର ଜିଲ୍ଲା ବନବୀଭାଗ ଅଧିକାରୀ ମାନଙ୍କ ଏପରି ଦୁର୍ନୀତି ପୁରା ଜିଲ୍ଲା ବାସୀଙ୍କ ମନରେ ସଂଦେହ ଆଣିଦେଇଛି ଓ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ