ଘାସରେ ଚାଲନ୍ତୁ ସୁସ୍ଥ ରହନ୍ତୁ
ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତେ ସ୍ୱାସ୍ଥ୍ୟ ପାଇଁ ବହୁତ ସଚେତନ । କିଏ ସୁରକ୍ଷିତ ସ୍ୱାସ୍ଥ୍ୟ ପାଇଁ ପ୍ରାତଃ ଭ୍ରମଣ କରିଥାନ୍ତି ତ ଆଉ କିଏ ଜିମରେ ୱାର୍କଆଉଟ କରିଥାନ୍ତି । କିଛି ଲୋକଙ୍କୁ ବ୍ୟସ୍ତ ବହୁଳ ଜୀବନ ପାଇଁ ସମୟ ମିଳିନଥାଏ । ଯାହା ଫଳରେ ସେମାନେ ନିଜ ପ୍ରତି ଧ୍ୟାନ ଦେଇପାରନ୍ତିନାହିଁ । ତେବେ ଆପଣ ଜାଣିଛନ୍ତି କି ସକାଳେ ସମୟରେ କାକରରେ ଓଦା ଥିବା ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ୱାରା ମିଳିଥାଏ ଅନେକ ଲାଭ ।
ସକାଳୁ ଖାଲି ପାଦରେ ଓଦା ଘାସ ଉପରେ ଚାଲିବା ଦ୍ୱାରା ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ । ଏହା ଦ୍ୱାରା ଦୃଷ୍ଟିଶକ୍ତି ଭଲ ରହିବା ସହିତ ଶରୀରକୁ ଶକ୍ତି ମିଳିଥାଏ । ଘାସ ଉପରେ ଚାଲିବା ଦ୍ୱାରା ସଂକ୍ରାମକ ରୋଗ ଯଥା ଛିଙ୍କ, କାଶ ଆଦି ଦୂର ହୋଇଥାଏ । ଖାସ୍ କରି ଏହାଦ୍ୱାରା ମାଂସପେଶୀଗୁଡ଼ିକୁ ଶକ୍ତ ହେବା ସହ ମେଦ ହ୍ରାସ ହୋଇଥାଏ ।
ମଧୁମେହ ରୋଗୀଙ୍କ ପାଇଁ ଘାସ ଉପରେ ଚାଲିବା ବହୁତ ଲାଭଦାୟକ ହୋଇଥାଏ । ସବୁଜ ଘାସ ଉପରେ ଚାଲିବା ଦ୍ୱାରା ବହୁତ ପରିମାଣରେ ଅମ୍ଳଜାନ ମିଳିଥାଏ । ଏହା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହେବା ସହ ଶରୀର ରୋଗବିହୀନ ରହିଥାଏ ।