ଘୁମୁସରର ସ୍ୱର ପକ୍ଷରୁ ସାହିତ୍ୟ ଆସର , ଆଲୋଚନା ଚକ୍ର
ବୁଗୁଡା ,( ଯୁଗାବ୍ଦ ନ୍ୟୁଜ୍ ) : ଅଗ୍ରଣୀ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଘୁମୁସରର ସ୍ୱର ପକ୍ଷରୁ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୬୮ ତମ ସାହିତ୍ୟ ପ୍ରତିଷ୍ଠାନର ସଭାପତି ଡଃ . ବି ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରାହିତ୍ୟରେ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା , ସାହିତ୍ୟ , କଳା ,ସଂସ୍କୃତି ,ପଂରମ୍ପରା ,ବାଲିପଦର ଅ ଞ୍ଚଳର ବହୁ ବୁଦ୍ଧିଜୀବି ଯୋଗଦେଇ ଜଗନ୍ନାଥ ତତ୍ତ୍ୱ ଓ ସ୍ନାନ ପୂର୍ଣ୍ଣିମା ମହିମା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉକ୍ରଳ କଳାପରିଷଦର ସଭାପତି ଜି. ରାଜେଶ୍ୱରୀ ପାତ୍ର , ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଆଲୋଚନା ଚକ୍ରରେ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଜି . ଅଭୟ କୁମାର ପାତ୍ର , ଚନ୍ଦ୍ରଶେଖର ସାହୁ , କୈଳାଶ ଚନ୍ଦ୍ର ପ୍ରଧାନ , ଖଲି ପରିଡା ,କେଦାର ବାଡତ୍ୟା , ନକୁଳ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କବି ସୂର୍ଯ୍ୟନଗର ର ଶହୀଦ ପାଇଲଟ ସମ୍ବିତ ମହାନ୍ତିଙ୍କ ଅକାଳ ବିୟୋଗରେ ପ୍ରତିଷ୍ଠାନ ତରଫରୁ ଅମର ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରକାଶ କରାଯାଇଥିଲା ।ଶେଷରେ ସଂପାଦକ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।