ଘୁମୁସରି ଗୋ ପ୍ରଜାତି ସଂରକ୍ଷଣ କର୍ମଶାଳା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଠାରେ ଘୁମୁସରି ପ୍ରଜାତି ର ଗାଈ ମାନଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ ଏକ କର୍ମଶାଳା ଆୟୋଜନ କରାଯାଇଛି । ଏହି କର୍ମଶାଳର ମୁଖ୍ୟ ଲକ୍ଷ ହେଲା ଘୁମୁସରି ଗାଈ ମାନଙ୍କୁ ପାଳନ କରିବାଦ୍ୱାର ଚାଷୀ କେବଳ ଦୁଗ୍ଧ ଉତ୍ପାଦନ କରିବ ତାହା ନୁହେଁ ଏହାର ଗୋବର ଓ ମୂତ୍ର ରୁ ମଧ୍ୟ ଅନେକ ଲାଭ ପାଇହେବ ଏ ସଂପର୍କରେ ଗୋପାଳଙ୍କ ମାନଙ୍କୁ ତାଲିମ ଦିଆଯାଇଥିଲା । ଘୁମୁସରି ଗାଈ ର ଖୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥିବା ସହିତ ଏହି ଗାଈ ମାନଙ୍କ ଅନେକ ଉପାଦେୟତା ଗୁଣ ରହିଥବା ଚାଷୀ ମାନ କୁ ବେଶ ଲାଭ ଦାୟକ ହେବ ବୋଲି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବେଲଗୁଣ୍ଠା ,ଧରାକୋଟ, ଆସ୍କା ବ୍ଲକ ର ବିଭିର୍ଣ୍ଣ ସ୍ଥାନରୁ ଗୋପାଲକ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଗୋ ସୁରକ୍ଷା ସଂରକ୍ଷଣ ର ସଂପାଦକ ପ୍ରକାଶ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ , କମଳ ଦାସ ଶର୍ମା, ନୟାଗଡ଼, ଓଡିଶା ଗୋସେବା ସମିତି ସେବକ ପ୍ରଦୀପ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ