“ଘୁମୁସର ର ସ୍ବର” ପକ୍ଷରୁ ୧୨୦ତମ ପୁର୍ଣ୍ଣିମା ସାହିତ୍ୟ ଆସର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ “ଘୁମୁସର ର ସ୍ବର”, ବାଲିପଦର ପକ୍ଷରୁ ୧୨୦ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ବାଲିପଦରର ଶ୍ରୀ ବାଲୁଙ୍କେଶ୍ୱର ଶୈବ ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷାବିତ୍ ତଥା ସ୍ଥାନୀୟ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ଯକ୍ଷ ଏ.ସର୍ଭିସ ଆଚାରୀ, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡା, ରାଜଗୋପାଳ ନାୟକ, ନୀଳାଞ୍ଚଳ ପାତ୍ର, ସୂର୍ଯ୍ୟ କାନ୍ତ ସାମନ୍ତରା, ଧ୍ରୁବ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ “ଭଞ୍ଜ ଜୟନ୍ତୀ ଏକ ଆଲୋଚନା” ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରି ଥିଲେ। ସ୍ବର୍ଗତ କବି ଡ଼ଃ ହୁସେନ୍ ରବି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନୀରବ ପାର୍ଥନା କରାଯାଇ ଥିଲା। “ଘୁମୁସର ର ସ୍ବର”ର ସକ୍ରିୟ ସଦସ୍ଯ ଦାମୋଦର ଦାଶଙ୍କ ଅକାଳ ବିୟୋଗରେ ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରା ଯାଇଥିଲା। ଶେଷରେ ସହକାରୀ ଶିକ୍ଷକ ଇ.ନୀଳାଞ୍ଚଳ ପାତ୍ର ଧନ୍ଯବାଦ ଅର୍ପଣ କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ