ଚଟୁଆ ଇଣ୍ଡେନ୍ ଗ୍ୟାସ୍ ବନ୍ଦ ଥିବାରୁ ଉଜ୍ଜ୍ୱଳା ଗ୍ୟାସ୍ ଗ୍ରାହକ ହନ୍ତସନ୍ତ
କୁଜଙ୍ଗ, (ପୀତବାସ ପ୍ରଧାନ):କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆଠାରେ ଗ୍ରାମୀଣ ବିତରକ ଦେବି ଇଣ୍ଡେନ୍ ଗ୍ୟାସ୍ର ଏଜେଂଟ ଥିବା ଅଶୋକ କୁମାର ଦାସଙ୍କୁ କୌଣସି କାରଣ ବଶତଃ ନଭେମ୍ବର ୨୦୨୦ ରେ ଆଓସିଏଲ୍ କର୍ତୃପକ୍ଷ ତାଙ୍କୁ ଟର୍ମିନେଟ୍ କରି କୁଜଙ୍ଗଠାରେ ଥିବା ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସିକୁ ବଂଟନ ନିମନ୍ତେ ଟ୍ୟାଗ୍ କରିଛନ୍ତି । ଉକ୍ତ ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସି ଷ୍ଟକ୍ ଉଠାଇ ଷ୍ଟକ୍ ସ୍ଥାନରେ ନ ରଖି ଭିନ୍ନ ଭିନ୍ନ ସ୍ଥାନରେ ବଂଟନ କରୁଛନ୍ତି । ଦେବୀ ଇଣ୍ଡେନ୍ ଗ୍ୟାସ୍ ଚଟୁଆର ୭ ହଜାରରୁ ଉର୍ଦ୍ଧ୍ୱ କଂଜ୍ୟୁମର ଠିକ୍ ଭାବେ ଗ୍ୟାସ୍ ପାଇପାରୁନାହାନ୍ତି । ଏରସମା, ଢିଙ୍କିଆ, ନୂଆଗାଁ, ପାରାଦ୍ୱୀପ, ଇରିବିଣା, ଖୁରାଂଟ ପ୍ରଭୃତି ଗ୍ରାମାଂଚଖର ଦୂର ଗ୍ରାହକ ମାନେ ଏତେ ଦୂର କୁଜଙ୍ଗକୁ ଆସି ଗ୍ୟାସ୍ ନେବାର ମଧ୍ୟ ଘୋର ଅସୁବିଧା ହେଉଛି । ଯେଉଁ ଦେବୀ ଇଣ୍ଡେନ୍ ଗ୍ୟାସ୍ ପକ୍ଷରୁ ଷ୍ଟକ୍ ଉଠୁଛି ତାହାର କୌଣସି ଖାତା ଖତିୟାନ ନାହିଁ । ସେହିପରି ଦେବୀ ଇଣ୍ଡେନ୍ ଗ୍ୟାସ୍ରେ ନାମ ପଞ୍ôଜକୃତ କରିଥିବା ଗ୍ୟାସ୍ କଂଜ୍ୟୁମର ମାନେ ବର୍ଷାଧିକ ହେବ ଗ୍ୟାସ୍ ନ ପାଇ ନାନା ହଇରାଣ ହରକତ ହେଉଛନ୍ତି । ତେଣୁ ତୁରନ୍ତ ଉପରୋକ୍ତ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରାଯିବା ସଂଗେ ସଂଗେ ଚଟୁଆ ଠାରେ ନୂତନ ଏଜେଂଟ ନିଯୁକ୍ତ ହେବା ପର୍ଯ୍ୟନ୍ତ ଆଇଓସିଏଲ୍ ପକ୍ଷରୁ ଗ୍ୟାସ୍ ଡିପୋ କରାଯାଇ ଗ୍ରାହକମାନଙ୍କୁ ତୁରନ୍ତ ଗ୍ୟାସ୍ ଦେବା ସଂଗେ ସଂଗେ ନୂତନ ଉଜ୍ଜ୍ୱଳା ଗ୍ୟାସ୍ ନିମନ୍ତେ ନାମ ପଞ୍ôଜକୃତ କରିଥିବା ହିତାଧିକାରୀଙ୍କୁ ଗ୍ୟାସ୍ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।


