ଚତୁର୍ଥ ପର୍ଯ୍ୟାୟ ସଟଡ଼ାଉନକୁ ସଫଳ କଲେ ହିଞ୍ଜିଳିବାସୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଜୁନ୍ ମାସର ପ୍ରତି ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସଟନାଉନ ଘୋଷଣା କରିବା ସହ ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କରୋନା ସଂକ୍ରମଣ ଏହି ମାସରେ ହୁ ହୁ ହୋଇ ବଢୁଥିବାରୁ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶନିବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ହଜାରରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଏକ ସମ୍ବେଦନଶୀଳ ଅଂଚଳ ଭାବେ ପରିଚିତ । ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଚଳର ଲୋକେ ସରକାରଙ୍କ ନିୟମକୁ ମାନି ଘରୁ ବାହରକୁ ବାହାରିନଥିବା ବେଳେ କିଛି ଅମାନିଆ ସରକାରଙ୍କ ନିୟମକୁ ଫୁ’ କରି ମନଇଛା ବିନା କାରଣରେ ରାସ୍ତାଘାଟରେ ବୁଲି ଗୁଲିଖଟି କରୁଥିବାର ଦେଖିବାକୁ ମିଳିଥିଲା । ଏଥି ସହ କିଛି ବ୍ୟବସାୟିକ ପ୍ରତିଷ୍ଠାନ ଲୁଚାଛପାରେ ଦୋକାନ ଖୋଲି ବ୍ୟବସାୟ କରୁଥିବାର ଅଭିଯୋଗ ହୋଇଛି । ଶନିବାର ଓ ରବିବାର ୨ ଦିନ ଧରି ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଚଳର ପ୍ରାୟତଃ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଡ଼ାକ୍ତରଖାନା ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିତବାର ଦେଖିବାକୁ ମିଳିଥିଲା । ପୌର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ପୌରାଂଚଳର ବିଭିନ୍ନ ୱାର୍ଡ଼ ବୁଲି ଜନସଚେତନତା କରାଯାଉଥିବାର ଦେଖିବାକୁ ମିଳିଥିଲା । ତହସିଲଦାର ଗୋପିନାଥ କୁଅଁର, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ , ଥାନା ଆଇଆଇସି ଅଭିମନ୍ୟୁ ଦାସ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକ ବୁଲି ସମୀକ୍ଷା କରିଥିଲେ । ବିନା କାରଣରେ ମୋଟର ସାଇକେଲ ଧରି ଚକ୍କର କାଟୁଥିବା ଅମାନିଆଙ୍କ ଠାରୁ ପୁଲିସ ଜୋରିମାନା ଆଦାୟ କରିଥିଲା । ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପ୍ରଶାସନ ପକ୍ଷରୁ ନାକାବନ୍ଦୀ କରାଯିବା ସହ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଥାନା ଏସଆଇ ମମତା ସାମନ୍ତରାୟ, ପ୍ରଦିପ୍ତ ଦାଶ, ବାସୁଦେବ ଭୋଇ, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ବେହେରା, ସୁରଥ ଭୁୟାଁ ଓ ଫୋର୍ସ ବିଭିନ୍ନ ସ୍ଥାନରେ ଯାନବାହାନ ଯାଂଚ କରୁଥିବାର ଦେଖିବାକୁ ମିଳିଥିଲା । ଅନଲକ୍‌-୧ର ଚତୁର୍ଥ ପର୍ଯ୍ୟାୟ ସଟନାଉନକୁ ହିଞ୍ଜିଳିବାସୀ ସମ୍ପୁର୍ଣ୍ଣ ଭାବେ ସଫଳ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ