ବାସଗଙ୍ଗିରେ ବାଲି ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାଗ୍ରସ୍ତ ଶ୍ରମିକ ମୃତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାସଙ୍ଗି ପଞ୍ଚାୟତ ନିକଟସ୍ଥ କଦମଡିହା ବାଲି ଘାଟରେ ଶୁକ୍ରବାର ଅପରାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟର( ଓଡି ୧୧ ଏ ୨୦୬୮)ଭାରସାମ୍ୟ ହରାଇ ଓଲଟିବା ଫଳରେ ଶ୍ରମିକ ସଂଜୟ ଷାଣ୍ଡିଲ ଘର-କଦମଡିହା ଖସି ପଡି ଚକ ତଳେ ପେଶି ହୋଇ ଯାଇଥିଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ।ବହଳଦା ଥାନାଧିକରୀ ଯୋଗେନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଉଦ୍ଧାର କରିବା ସହ ଏକ ମାମଲା୪୩/୨୦ ରୁଜୁ କରିଛି । ଶନିବାର ଦିନ ପୋଲିସ ରାଇରଙ୍ଗପୁର ହସ୍ପିଟାଲରେ ଶବକୁ ପଞ୍ଚନାମା କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି ।


