ଚନ୍ଦନିଆ ପାହାଡ ଅଞ୍ଚଳରେ ବୃକ୍ଷରୋପଣ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ ): ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଚନ୍ଦନିଆ ପାହାଡ ଅଞ୍ଚଳରେ ଆର‌୍ୟ୍ୟଭଟ୍ଟ ଫାଉଣ୍ଡେସନ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀର ମିଳିତ ଉଦ୍ୟମରେ ବୃକ୍ଷରୋପଣ କରାଯାଇଥିଲା । ବିଭିନ୍ନ କିସମର ପ୍ରାୟ ୨୦ହଜାର ବୃକ୍ଷ ଯଥା – ତେନ୍ତୁଳି, ବାଉଁଶ, ଚାକୁଣ୍ଡା,ପଣସ,କୃଷ୍ଣ ଚୂଡା,ରାଧା ଚୂଡା ଆଦି ମଞ୍ଜି ରୋପଣ କରାଯାଇଛି । ସୁଚନାଯୋଗ୍ୟ, ପୁର୍ବରୁ ଏହି ଚନ୍ଦନିଆ ପାହାଡରେ ବିଭିନ୍ନ ବନ୍ୟଜନ୍ତୁ , ସରୀସୃପଙ୍କ ବାସସ୍ଥଳୀ ଥିଲା । ମନୁଷ୍ୟକୃତ ବିପର୍ଯ୍ୟୟ କାରଣରୁ ଏମାନେ ବିଲୁପ୍ତ ପ୍ରାୟ ଓ ଜନବସତି ମୁହାଁ । ଆର‌୍ୟ୍ୟଭଟ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଧିର ରାଉତଙ୍କ ନେତୃତ୍ବରେ ପ୍ରାୟ କୋଡିଏ ରୁ ଉର୍ଦ୍ଧ୍ବ ପ୍ରକୃତି ପ୍ରେମୀ ବନ୍ଧୁ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ ଥିଲେ। ଏଭଳି କାର‌୍ୟ୍ୟକ୍ରମ ନର୍ମଦା ନଦୀର ଅବବାହିକା , ଅମରକଣ୍ଟକ ଆଦି ସ୍ଥାନରେ ସଫଳ ରୂପାୟନ ହୋଇଛି । ଏହି କାର‌୍ୟ୍ୟକ୍ରମରେ ଶ୍ୟାମ ସୁନ୍ଦର ଖାଡଙ୍ଗା,ସୁଶାନ୍ତ ମହାନ୍ତି, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝି, ରାକେଶ ବିଷୋୟୀ, ଧର୍ମରାଜ ପାତ୍ର, ସଞ୍ଜୟ ପାତ୍ର, ବିକାଶ ବିଷୋୟୀ,ଲିଙ୍ଗରାଜ ଆଚାରୀ, ବ୍ରହ୍ମପୁର ସବୁଜ ବାହିନୀର ସଂପାଦକ ଏମ୍ ଦିଲ୍ଲିପ୍ କୁମାର, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶୀବେହେରା, ପ୍ରକାଶ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ