ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଦୁର୍ନିତି ନିବାରଣ ସପ୍ତାହ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସଚେତନତା ସଭା ଚମାଖଣ୍ଡିି ସରପଂଚ ସି. ଏଚ. ମନୋଜ କୁମାର ରେଡ୍ଡୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା ଯୋଗ ଦେଇଥିବା ସମ୍ମାନିତ ଅତିଥି ଭାବେ ଭିଜିଲାନ୍ସ ଡିଏସପି କ୍ରିଷ୍ଣା କୁମାରୀ ପ୍ରଧାନ, ଭିଜିଲାନ୍ସ ଏଏସଆଇ ପ୍ରତାପ କୁମାର ଶତପଥି, କ୍ଷିପ୍ର ଲେଖକ ଗୀତାଞ୍ଜଳୀ ରଥ, କନଷ୍ଟେବଲ ବାବୁଲା ବିଷୋୟୀ, ଚମାଖଣ୍ଡି ପଂଚାୟତର ପୂର୍ବତନ ସରପଂଚ ସୁଶ୍ମିତା ପ୍ରଧାନ, ନାଏବ ସରପଂଚ ଆର୍. ନିରୂପମା ରେଡ୍ଡୀ, ପିଇଓ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଦୁର୍ନିତି ମୁକ୍ତ ରହିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପଂଚାୟତର ବହୁ ଜନ ପ୍ରତିନିଧି ଓ ଜନ ସାଧାରଣ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।


