ପୋଖରୀରୁ ମୃତ ଦେହ ଉଦ୍ଧାର କଲେ ଗ୍ରାମବାସୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଉଡ଼ିଆ ଗ୍ରାମ ପୋଖରୀରୁ ଜଣେ ବୃଦ୍ଧ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି l ବୃଦ୍ଧ ଜଣକ ହେଲେ କଉଡ଼ିଆ ଗ୍ରାମର ପ୍ରହଲ୍ଲାଦ ପ୍ରଧାନ ବୋଲି ଜଣାପଡ଼ିଛିl ପ୍ରହଲ୍ଲାଦ ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ଗୋଡ଼ ଖସି ଚାଲିଯାଇଥିଲେ l ପ୍ରହଲ୍ଲାଦ ଘରକୁ ନଫେରିବାରୁ ପରିବାର ଲୋକେ ପୋଖରୀକୁ ଯାଇ ଖୋଜାଖୋଜି କରି ପୋଖରୀକୁ ଉଦ୍ଧାର କରି ଆଡ଼ପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ପାଟପୁର ପୋଲିସ ଖବର ପାଇ ଡାକ୍ତର ଖାନରେ ପହଞ୍ଚି ମୃତ ଦେହ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।


