ସ୍ମାର୍ଟକେମ୍ ଟେକ୍ନୋଲୋଜି ସାର କମ୍ପାନୀ କୁ ବିରୋଧ ଜାରି
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ଟାଟା କମ୍ପାନୀର ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍ ଟେକ୍ନୋଲୋଜି ନାମକ ଏକ ସାର କାରଖାନା ନିର୍ମାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ପ୍ରକଳ୍ପ ସ୍ଥଳରେ ସୋମବାର ଭଳି ମଙ୍ଗଳବାର ମଧ୍ୟ ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏଥିରେ ଉଭୟ ପକ୍ଷରୁ ୬ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏଠାରେ ଏହି ବିଷାକ୍ତ ପ୍ରକଳ୍ପ ବନ୍ଦ କରି ଅନ୍ୟ କିଛି ଶିଳ୍ପ କାରଖାନା କରାଯାଉ ବୋଲି କାଳିପଲ୍ଲୀ ପଞ୍ଚାୟତବାସୀ ଜିଦ୍ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ଗତକାଲି ଠାରୁ କାର୍ଯ୍ୟ ବନ୍ଦ ରହିଥିବା ବୁଧବାର କାଳୀ ପଲ୍ଲୀ ଗ୍ରାମ ର କମ୍ମ୍ୟୁନିଟ ହଲ ପରିସରରେ ଆଗାମୀ ଅଂଚଳବାସୀ ଙ୍କ ହିତ ନିମନ୍ତେ ଟାଟା ବିରୋଧ ରେ ବଡ଼ ଧରଣ ର ଆନ୍ଦୋଳନ କରିବା ନିମନ୍ତେ ଗ୍ରାମ କମିଟି ର ସଭାପତି ବି. ମୋହନ ପାତ୍ର ଙ୍କ ନେତୃତ୍ୱ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏଥିରେ ଗ୍ରାମର ବହୁ ମହିଳା, ପୁରୁଷ ଏବଂ ଯୁବକ ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଵା ସହିତ ଟାଟା ହଟିବ….. କାଳିପଲ୍ଲୀ ଜିତିବ ନାରାବାଜି ଦେଇଥିଲେ l ଏହି ବୈଠକ ରେ ଓଡିଶା ବଜରଙ୍ଗ ଦଳ ସୁରକ୍ଷା ପ୍ରମୁଖ ରାଜୀବ ନେତ୍ର ଖାଡ଼ଙ୍ଗା, ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବଳରାମ ମହାରଣା, ଜନ ଜାଗରଣ ସୁରକ୍ଷା ମଞ୍ଚ ର ମଧୁସୂଦନ ସେଠି, ଭାରତୀୟ ବିକାଶ ପରିଷଦ ର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ,ସମ୍ପାଦକ ରାଜେନ୍ଦ୍ର ଦଳ ବେହେରା, ସାଙ୍ଗଠନିକ ସଭ୍ୟ ଗୁରୁ ଚରଣ, ଭାରତୀୟ ବିକାଶ ପରିଷଦ ର ଛତ୍ରପୁର ବ୍ଲକ ସଭାପତି ଗୁରୁଦେବ ବେହେରା ଙ୍କ ସମେତ ଅନ୍ୟ ଗ୍ରାମର କିଛି ଭଦ୍ର ବ୍ୟକ୍ତି ମାନେ ଯୋଗଦେଇ ଟାଟା ବିରୋଧୀ ଆନ୍ଦୋଳନ ସମ୍ପର୍କ ରେ ବିଭିନ୍ନ ମତ ପ୍ରକାଶ କରିଥିଲେ l ଟାଟା ପ୍ରଥମେ ଜନ ଶୁଣାଣି କରୁ ପରେ ଅନ୍ୟ କଥା l ଏହା ସହିତ କମ୍ପାନୀ ର ୧୦କିଲୋମିଟର ପରିସରରେ ଥିବା ୬ଟି ପଂଚାୟତ ର ୨୫ ଗାଁ କୁ ଡାକି ଆଲୋଚନା କରାଯାଉ l ଏହି ବିଷାକ୍ତ ସାର କାରଖାନା ଏଠାରେ ପ୍ରତିଷ୍ଠା ହେଲେ ଅଂଚଳବାସୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେବେ l ଏଣୁ ଆମେ ମରିବୁ ପଛେ ଏଠାରେ ଏହି ସାର କାରଖାନା କରିବାକୁ ଦେବୁ ନାହିଁ ବୋଲି ମଧ୍ୟ ଏହି ଆଲୋଚନା ବୈଠକ ଗ୍ରାମର ଅଧିକାଂଶ ବ୍ୟକ୍ତି ମାନେ ନିଜ ନିଜ ଅଭିଭାଷଣ ରେ କହିଥିଲେ l ସେପଟେ ଆଜି ପ୍ରକଳ୍ପ ସ୍ଥଳରେ କୋଣସି କାମ ହେଉନଥିବା ଦେଖିବାକୁ ମିଳିଛି l ସୂଚନା ଯୋଗ୍ୟ ଯେ ପୂର୍ବରୁ ଗ୍ରାମବାସୀଙ୍କ ବିରୋଧ ଯୋଗୁ ସ୍ମାର୍ଟକେମ୍ ପ୍ରକଳ୍ପ କାମ ବନ୍ଦ ରହିଥିଲା। ପରେ କମ୍ପାନୀ କୋର୍ଟଙ୍କ ନିୟମ ମୁତାବକ ପୋଲିସ ଫୋର୍ସ ଉପସ୍ଥିତିରେ ପୁଣି କାମ ଆରମ୍ଭ କରିଥିଲା। ଏହାକୁ ବିରୋଧ କରିବାରୁ ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ମଙ୍ଗଳବାର ଗ୍ରାମବାସୀ ଏକ ବୈଠକରେ ଏ ସମ୍ପର୍କରେ ଆଲୋଚନା କରିବା ପରେ ପ୍ରକଳ୍ପସ୍ଥଳକୁ ଯାଇ ଧସେଇ ପଶିଥିଲେ। ସେଠାରେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଗ୍ରାମ ନିକଟରେ ଏହି ବିଷାକ୍ତ କମ୍ପାନୀ ହେଲେ ଲୋକେ ବିଭିନ୍ନ ରୋଗରେ ପଡ଼ିବେ। ଏପରି କି କମ୍ପାନୀ ନିର୍ମାଣ ନେଇ କୌଣସି ଜନଶୁଣାଣି ମଧ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ହାଇକୋର୍ଟରେ ରିଟ୍ ପିଟିଶନ ଦାଖଲ
ସ୍ମାର୍ଟକେମ୍ କମ୍ପାନୀ ପ୍ରକଳ୍ପ ବିରୋଧରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ରିଟ୍ ପିଟିଶନ ଦାଖଲ ହୋଇଥିବା ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଜନଶୁଣାଣି କରାଯାଇନି। ଭୁଲ୍ ତଥ୍ୟ ଦେଇ ଏହାକୁ ଏନ୍ଓସି ଦିଆଯାଇଥିବା ଉକ୍ତ ପିଟିଶନରେ ଦର୍ଶାଯାଇଛି। ଉକ୍ତ ମାମଲାରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ସଚିବ, ମିନିଷ୍ଟ୍ରି ଅଫ୍ କମ୍ପାନୀ ରେଜିଷ୍ଟ୍ରେଶନ ସଚିବ, ଚେୟାରମ୍ୟାନ୍ କେନ୍ଦ୍ର ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଗଞ୍ଜାମ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।


