ଚଳିତ ଶିକ୍ଷାବର୍ଷ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭଵିଷ୍ୟତ ପାଇଁ ୟୁରୋ ସ୍କୁଲ ପରିସରରେ ଅଭିଭାବକମାନଙ୍କ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :୨୦୨୨-୨୩ ଶିକ୍ଷାବର୍ଷ ଲାଗି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ କିପରି ବୃଦ୍ଧି ପାଇବ ସେନେଇ ଛତ୍ରପୁର ‘ୟୁରୋ ସ୍କୁଲ’ ଓ ଅଭିଭାବକମାନଙ୍କ ମଧ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରଂଜନ ମହାପାତ୍ର ଶିଶୁଙ୍କ ଶୈକ୍ଷିକ ବିକାଶରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ପ୍ରିନ୍ସପାଲ୍ ପ୍ରମୋଦ କୁମାର ମିଶ୍ର ଚଳିତ ଶିକ୍ଷାବର୍ଷ ଲାଗି କେତେ ଗୁଡିକ ନିଆଯାଇଥିବା ପଦକ୍ଷେପ, ନିୟମ ଏବଂ ଶୃଙ୍ଖଳାକୁ ଗୁରୁତ୍ୱ ଦେବା ଲାଗି କହିଥିଲେ । ଅନୁଷ୍ଠାନର ମୁଖ୍ୟ ପୁଷ୍ଠପୋଷକ ସସ୍ମିତା ମହାପାତ୍ର ବହୁ ସଂଖ୍ୟକ ଅଭିଭାବକ ବୈଠକରେ ଉପସ୍ଥିତ ନେଇ ଧନ୍ୟବାଦ ଦେବା ସହ ସେମାନଙ୍କ ପିଲାଙ୍କ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ଦିଗଦର୍ଶନ ତଥା ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ । ଶେଷରେ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାଙ୍କୁ କିଭଳି ଶିକ୍ଷାଦାନ କରୁଛନ୍ତି ସେମାନଙ୍କ କୌଶଳ ଓ ଶୈଳୀକୁ ଅଭିଭାବକମାନଙ୍କ ଠାରେ ଉପସ୍ଥାପନା କରିଥିଲେ ।


