ଚାଇଁପୁରରେ ବିନା ପ୍ରତିଦ୍ୱନ୍ଦିତାରେ ସଭାପତି ନିର୍ବାଚିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକର ୩ ସମିତିରେ ସଭାପତି ପଦବୀ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ହୋଇଛି । ଏପରିପେକ୍ଷୀରେ ଚାଇଁପୁର ସମିତିରେ ବିନା ପ୍ରତିଦ୍ୱନ୍ଦିତାରେ ସଭାପତି ନିର୍ବାଚିତ ହୋଇଥିବା ବେଳେ ପଧାନପଡା ଓ କେନ୍ଦୁଆପଦା ସମିତିରେ ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାଯାଇଛି । ପଧାନପଡା ସମିତିରେ ନିଳୋକ ପଞ୍ଚାୟତର ବିଜେଡି ସମର୍ଥୀତ ପ୍ରାର୍ଥୀ ହୃଷିକେଶ ସାହୁ, ମିଳିତ ମଞ୍ଚର ସେକ୍ କଦମ୍‌, ଉଚ୍ଛବ ଯେନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିର୍ବାଚନ ଅଧିକାରୀ ଭାବେ ତପନ କୁମାର ସେଠୀ ଥିବା ବେଳେ ସଂପାଦକ ନାରାୟଣ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ସେହିପରି କେନ୍ଦୁଆପଦା ସମିତିରେ ଜୟନ୍ତ କୁମାର ସାମଲ ଓ ଗଜେନ୍ଦ୍ର ନାରାୟଣ ଲେଙ୍କା ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ଉମାକାନ୍ତ ନାୟକ ଥିବା ବେଳେ ସଂପାଦକ କାମିନୀକାନ୍ତ ପଣ୍ଡା ସହଯୋଗ କରିଥିଲେ । ଚାଇଁପୁର ସମିତିରେ ଅଜୟ କୁମାର ନାୟକ ବିନା ପ୍ରତିଦ୍ୱନ୍ଦିତାରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ଜଣାଯାଇଛି । ନିର୍ବାଚନ ଅଧିକାରୀ ଭାବେ ନିହାର ରଞ୍ଜନ ସାହୁ ଥିବା ବେଳେ ସଂପାଦକ ଦୀନବନ୍ଧୁ ସାମଲ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ