ଚାପଲ ଗାଁରେ ଅଗ୍ନିକାଣ୍ଡ, ଦୁଇ ବଖରା ଘର ଜଳିଗଲା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଚାପଲ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଚାଳଘର ପୋଡି ଯାିଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ରଣଜିତ ମହାରଣାଙ୍କ ଘରେ ଆଜି ସକାଳୁ ସକାଳୁ ବିଦୁ୍ୟତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଚାହୁୁଁ ଚାହୁଁ ତାଙ୍କ ଦୁଇ ବଖରା ଘର ସମେତ ଘରେଥିବା ଗୃହୋପକରଣ ସାମଗ୍ରୀ ପୋଡି ଯାଇଥିଲା । ଗ୍ରାମବାସୀମାନେ ନିଆଁକୁ ଆୟତ କରିଥିବାବେଳେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଲିଭାଇଥିଲା । ଖବରପାଇ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନି ସେଠୀ ପ୍ରମୁଖ ପହଞ୍ଚି ରାଜସ୍ୱ ନିରୀକ୍ଷକଙ୍କୁ ଡକାଇ ସର୍ଭେ କରାଇବା ସହିତ ବିପନ୍ନ ପରିବାରକୁ ପଲିଥିନି, ଓ ରେସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ବିପନ୍ନ ପରିବାରକୁ ତୁରନ୍ତ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


