ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ହାଟଡିହି  (ଓ୍ବାଇଏନଏସ): ହାଟଡିହି ସମ୍ବାଦ ସାହିତ୍ୟଘର ପକ୍ଷରୁ ଚଳିତ ବର୍ଷ ଦୁଇଶହ ଚାରା ରୋପଣ କରାଯିବାର ବ୍ୟବସ୍ଥା ହୋଇଛି। ବିଭିନ୍ନ ପଞ୍ଚାୟତ, ସ୍କୁଲ ଓ କଲେଜ ମାନଙ୍କରେ ଏହି ଚାରା ରୋପଣ କରାଯିବା ସହିତ ସଚେତନତା କାର୍ଯ୍ୟକ୍ରମ କରାଯିବାର ସ୍ଥିର କରା ଯାଇଛି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ହାଟଡିହି ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଚଣ୍ଡୀ ବିରଞ୍ଚିପୁର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସେଣ୍ଟ ଜାଭିଅର ହାଇସ୍କୁଲର ପ୍ରତିଷ୍ଠାତା ଇଂ ଉଦୟ ନାଥ କର, ହଦଗଡ଼ ଫରେଷ୍ଟର ମଳୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ