ଚନ୍ଦ୍ରଭାଗୋତ୍ସବ ଆନୁକୂଲ୍ୟରେ ବୈଠକ

ବାଲେଶ୍ୱର,(ସରୋଜ ପଣ୍ଡା): ଏକକାଳୀନ ତିନୋଟି ସୃଜନ ସଂକଳନର ଉଦ୍ୟମ ଯେତିକି ଅୟସସାଧ୍ୟ ସେତିକି ଆଶ୍ଚର୍ଯ୍ୟର ବିଷୟ। ରାଉରକେଲାରେ ଜୀବନ ବିତାଉଥିବା ବାଲେଶ୍ୱର ଜିଲ୍ଲାର ବସ୍ତା (ଦରଡ଼ା) ନିବାସୀ ରାଜୀବ ପାଣି ଏକାଧାରାରେ କବି, ପ୍ରାବନ୍ଧିକ, ସୁବକ୍ତା, ନାଟ୍ୟ ନିର୍ଦ୍ଦେଶକ-ଅଭିନେତା, କ୍ଷୁଦ୍ର ଟେଲିଫିଲ୍ମ ଅଭିନେତା ଏବଂ ସର୍ବୋପରି ଜଣେ ଦକ୍ଷ ସଂଗଠକ ଭାବରେ ସର୍ବଜନବିଦିତ। ଓଡ଼ିଶାର ବହୁ ପରିଚିତ ‘ଚନ୍ଦ୍ରଭାଗା’ ଅନୁଷ୍ଠାନ ଆନୁକୂଲ୍ୟରେ ଶ୍ରୀ ପାଣିଙ୍କ ଏକକାଳୀନ ‘ଆତ୍ମନାଦ’ (କବିତା ସଂକଳନ), ‘ନାଟ୍ୟକଳ୍ପ’ (ଚିନ୍ତନର ଅଭିମୁଖ) ଏବଂ ‘ଭାରତୀୟ ଦର୍ଶନ ଓ ଗୁରୁକୁଳ’ (ଗବେଷଣାତ୍ମକ ସଂଦର୍ଭ ରଚନା) ବିଶିଷ୍ଟ ଲେଖକ ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ନାଟ୍ୟକାର ଡ. ପ୍ରଦୀପ ଭୌମିକ ତଥା ପ୍ରଫେସର ଡ. ଦେବାଶିଷ ପାତ୍ରଙ୍କ ଯୁଗ୍ମ ଉଦ୍‌ଘାଟନରେ ଲୋକାର୍ପିତ ହୋଇଯାଇଅଛି। ଲେଖକ ଶ୍ରୀ ପାଣିଙ୍କ ଭାବାବେଗ ଅନ୍ୱେଷକାରୀ ସୃଜନାଭିବ୍ୟକ୍ତି ଉପସ୍ଥିତ ଶ୍ରୋତାମାନଙ୍କୁ ଯେତିକି ମୁଗ୍‌ଧ କରିଥିଲା ସେତିକି ଉପାଦେୟ ଖେରାକରେ ଆକର୍ଷିତ କରିଥିଲା। ‘ଚନ୍ଦ୍ରଭାଗା’ ଅନୁଷ୍ଠାନର ପ୍ରତିଷ୍ଠାତା କବି ଶ୍ରୀଦେବଙ୍କ ସ୍ୱାଗତାବାହନରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ତରୁଣ କବି ଉତ୍ପଳ ମହାନ୍ତିଙ୍କ ଶେଷ ସ୍ପର୍ଶରେ ଏହି ପାଠକାର୍ପଣ ସନ୍ଧ୍ୟାକୁ ମୋହିତ କରିଥିଲା। ଏହି ସନ୍ଧ୍ୟାରେ ବାଲେଶ୍ୱର ସହରର ପ୍ରବୀଣ ପାଠକ-ଲେଖକ ସୁଶ୍ରୀ ଅରୁଣା ରାୟ, ଶ୍ରୀମତୀ ଅନସୂୟା ନାୟକ, ଶ୍ରୀମତୀ ଗୀତାଞ୍ଜଳି ଶତପଥୀ, ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ, ଅଂଜୁଲତା ପଣ୍ଡା, ନାଟ୍ୟକାର ଆଶୀଷ ଚକ୍ରବର୍ତ୍ତୀ, ଗାଳ୍ପିକ ନିବାରଣ ଜେନା, କବି-କଥାକାର ଗଂଗାଧର ବିଶ୍ୱାଳ, କବି-କଥାକାର କୃଷ୍ଣ କୁମାର ମହାନ୍ତି, ଆଡ଼ଭୋକେଟ୍ ଶରତ ମହାପାତ୍ର, ଚିତ୍ରଶିଳ୍ପୀ ମରୁତ୍ ରାଉତ, ସୁ-ସଂଯୋଜକ ମଧୁସୂଦନ ମିଶ୍ର, ଡ. ଶଶିକାନ୍ତ ମହାନ୍ତି, ‘ନାଚ୍‌’ର ପ୍ରତିଷ୍ଠାତା ଅରୁଣାଂଶୁ ପାଣିଗ୍ରାହୀ, ସଂଗଠକ ରାଜେଶ୍ ଗିରି, ଆଡ଼୍‌. ଅଶୋକ ସେନାପତି, ଆଡ଼୍‌.ରାମ ନାରାୟଣ ଦେ, ଆଡ଼୍‌. ତ୍ରିଦୀପ ନାୟକ, ଗାଳ୍ପିକା ସ୍ମୃତି ଦାସ, କବି ସୁକୁମାର ଦାସ, କବି ଶୁଭେନ୍ଦୁ ଦାସ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର, ସାମାଜିକ କର୍ମୀ ତୁଷାରକାନ୍ତି ତପସ୍ୱୀ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ପଦ୍ମଲୋଚନ ଦତ୍ତ, ସଂଗୀତଜ୍ଞା ଶ୍ରୀମତୀ କଲ୍ୟାଣୀ ନନ୍ଦ, ଅବସରପ୍ରାପ୍ତ ପ୍ରାଧ୍ୟାପକ କମଳାକାନ୍ତ ନାୟକ, ଡ. ଶିରୀଶ ଚନ୍ଦ୍ର ଜେନା, ଡ. ତ୍ରିଲୋଚନ ସାହୁ, ଅଧ୍ୟାପକ ଚନ୍ଦ୍ରାଂଶୁ ବାନାର୍ଜୀ, ଭାଗବତ ସାହୁ, କରୁଣାକର ସ, ପ୍ରଦୀପ ଭୋଇ, ରମେଶ ଚନ୍ଦ୍ର ଜେନା, କରୁଣାକର ସ ପ୍ରମୁଖ ବହୁ ସାରସ୍ୱତ ଅନ୍ୱେଷୀ ଉପସ୍ଥିତ ରହି ଆୟୋଜିତ ପୁସ୍ତକ ପାଠକାର୍ପଣ ସନ୍ଧ୍ୟାକୁ ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ