ଚାଲି ଚାଲି ଇଚ୍ଛାପୁରମ ବୋର୍ଡର ରୁ ବରିଗୁମା ଯାଉଛନ୍ତି ଶ୍ରମିକ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ରାଜ୍ୟ ବାହାରୁ ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର କିନ୍ତୁ ରାଜ୍ୟରେ ହିଁ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ନିଜ ଅଂଚଳକୁ ଫେରା ଯାଇପାରୁନି । ବହୁ ଜାଗାରେ କାମ କରୁଥିବା ମାଲିକ ଲକଡାଉନ ସମୟରେ ହିଁ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଉଥିବା ଦେଖିବାକୁ ମିଳୁଛି କିନ୍ତୁ ଏଥି ପ୍ରତି ସରକାର ଓ ପ୍ରଶାସନ ନଜର ଆସୁନଥିବା ଦେଖିବାକୁ ମିଳୁଛି । ଏପରି ଦୃଶ୍ୟ ଆଜି ଦେଖାଯାଇଛି ଏକ ବୋରୱେଲ କମ୍ପାନିରେ କାମ କରୁଥିବା କୋରାପୁଟ ଜିଲ୍ଲା ବରିଗୁମା ଅଂଚଳର ୫ ଜଣ ଶ୍ରମିକ ଗଞ୍ଜାମ ଓ ଆନ୍ଧ୍ର ସିମାନ୍ତ ଇଚ୍ଛାପୁର ନିକଟରେ କାମ କରୁଥିଲେ । କିନ୍ତୁ ମାଲିକ ଏମାନଙ୍କୁ ପଠାଇଦେବାରୁ ଗାଡି ଗୁଡା ନଥିବା ଯୋଗୁଁ ସେମାନେ ଗତ କାଲି ସକାଳୁ ଚାଲି ଚାଲି ଆସି ଆଜି ଗଜପତି ଜିଲ୍ଲା ଲୁହାଗୁଡିଠାରେ ପହଂଚି ଥିଲେ । ସେମାନଙ୍କୁ ସାମ୍ବାଦିକ ପକ୍ଷରୁ କିଛି ଜଳପାନ ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା ତାହା ସହ ସେମାନଙ୍କୁ ରହିବା ପାଇଁ ମଧ୍ୟ ବୁଝାଇଥିଲେ । ସେମାନେ ନ ଶୂଣି ପୁଣି ଆଗକୁ ଚାଲି ଚାଲି ବଢିଛନ୍ତି ନିଜ ଗାଁରେ ପହଂଚିବା ପାଇଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ