ଚିକିଟି କଲେଜରେ ପ୍ରଥମ ଛାତ୍ର ସଂସଦ ଗଠିତ

ଚିକିଟି,(ଦୀପ୍ତି ରଞ୍ଜନ ପାଢ଼ୀ): ଚିକିଟି କଲେଜରେ ଦୀର୍ଘ 46 ବର୍ଷ ପରେ ପ୍ରଥମ ଛାତ୍ର ସଂସଦ ଗଠିତ ହୋଇଛି ।ଗତ ପନ୍ଦର ତାରିଖରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ଓ ନିର୍ବାଚନ ଅଧିକାରୀ ସୁନୀଲ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀଙ୍କ ସହଯୋଗରେ ମହାବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଶୁକ୍ରବାର ନବ ନିର୍ବାଚିତ ପ୍ରତିନିଧିମାନେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ କରି ଶପଥ ପାଠ କରିଥିଲେ ।ଏହି ସଭାରେ ଅଧ୍ୟକ୍ଷ ଛାତ୍ର ସଂସଦ ର ସଭାପତି ପ୍ରଣୟ କୁମାର ପ୍ରଧାନ, ଉପସଭାପତି ସୁନୀଲ କୁମାର ପାଣଗ୍ରାହୀ, ସମ୍ପାଦକ କେ. ବୈଷ୍ଣବି ଆଚାରୀ, ସହ ସମ୍ପାଦକ ନାକା ଚିରଞ୍ଜିବୀ ରେଡ୍ଡୀ, ନାଟ୍ୟ ସଂସଦ ର ସମ୍ପାଦକ ନଲା ସୁମନ କୁମାର, ସହ ସମ୍ପାଦକ ତନୁଶ୍ରୀ ପ୍ରଧାନ, କ୍ରୀଡ଼ା ସଂସଦ ସମ୍ପାଦକ ସାହିଲ ପ୍ରଧାନ ସହ ସମ୍ପାଦକ ରୁଦ୍ର କୁମାର ସେଠୀ ପ୍ରମୁଖ ପ୍ରତିନିଧି ଙ୍କୁ ଶପଥ ପାଠ କରାଇଥିଲେ । ଏହି ସମାରୋହ ରେ କଲେଜ ନିର୍ବାଚନ ଅଧିକାରୀ ସୁନୀଲ କୁମାର ପଣ୍ଡା, ଅଧ୍ୟାପକ ସୁନୀଲ କୁମାର ପାଢ଼ୀ, ଅଧ୍ୟାପିକା ସୁଜାତା ସାମନ୍ତରାୟ, ଅଧ୍ୟାପକ ଆଶୁତୋଷ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ଏହି ଶପଥ ପାଠ ସମାରୋହ ରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ