ନୂଆଁ ଜୀବନ ପାଇଲେ ଅନାଦି ମହାନ୍ତି

ବୁଗୁଡା, (ଅନିଲ କୁମାର ମହାରଣା):ଗୁଜରାଟ ଅହମଦାବାଦ ର ଶ୍ରୀ ସତ୍ୟସାଇ ହାର୍ଟ ହସପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ନୂତନ ଜୀବନ ପାଇଛନ୍ତି ବୁଗୁଡା ବ୍ଲକ ଅନ୍ତର୍ଗତ ଆଦିପୁର ଗ୍ରାମର ବାଳକ ଅନାଦି ମହାନ୍ତି। ପୁଅର ହାର୍ଟ ଅପରେସନ ସଫଳ ପରେ ଅନାଦିଙ୍କ ବାପା ନାରାୟଣ ମହାନ୍ତି ଓ ତାଙ୍କ ପରିବାର ବହୁତ ଖୁସି ହେବା ସହ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ.କେ. ଡାକ୍ତର ପଦାରବିନ୍ଦ ଷଡଙ୍ଗୀ ଓ ଡ଼ି.ଇ.ଆଇ.ସି. ର ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ଶ୍ରେୟ ଦେଇଛନ୍ତି। ଏଥିସହ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଡାକ୍ତର ଶ୍ରୀ ଷଡଙ୍ଗୀ ଆର.ବି.ଏସ.କେ. ଟିମ୍ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରିବା ବେଳେ ଅନାଦି ମହାନ୍ତିଙ୍କ ହୃତପିଣ୍ଡରେ ଛିଦ୍ର ଥିବା ଜାଣିପାରିବା ପରେ ସରକାରଙ୍କ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଯୋଜନା ପ୍ରକାରେ ଅନାଦିଙ୍କ ହାର୍ଟର ଚିକିତ୍ସା ପାଇଁ ଆନ୍ତରିକ ଚେଷ୍ଟା କରିଥିଲେ। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ସୁପାରିଶ କ୍ରମେ ଡାକ୍ତର ଶ୍ରୀ ଷଡଙ୍ଗୀ ବିଭାଗୀୟ ଗାଡ଼ିରେ ବ୍ରହ୍ମପୁର ନେଇଥିଲେ। ଡ଼ି.ଇ.ଆଇ.ସି. ମ୍ୟାନେଜର ଶ୍ରୀ ତ୍ରିପାଠୀଙ୍କ ସହଯୋଗରେ ବ୍ରହ୍ମପୁରରୁ ରେଲଗାଡି ଯୋଗେ ଯାଇ ଗୁଜୁରାଟ ର ଶ୍ରୀ ସତ୍ୟସାଇ ହାର୍ଟ ହସପିଟାଲରେ ଚିକିତ୍ସା ପାଇଁ ଅନାଦି ଭର୍ତ୍ତି ହୋଇଥିଲେ। ସେଠାରେ ସଫଳ ହୃତପିଣ୍ଡ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଉଡାଯାହାଜରେ ଭୁବନେଶ୍ୱରକୁ ଫେରିଥିଲେ। ଡାକ୍ତର ଶ୍ରୀ ପଦାରବିନ୍ଦ ଷଡଙ୍ଗୀ ଭୁବନେଶ୍ୱରରୁ ଆର.ବି.ଏସ.କେ ଗାଡି ଦ୍ୱାରା ଅନାଦିଙ୍କୁ ଆଣି ଆଦିପୁର ଗ୍ରାମର ତାଙ୍କ ଘରେ ଛାଡିକରି ଆସିଥିଲେ। ସମସ୍ତ ଖର୍ଚ୍ଚ ସରକାର ବହନ କରିଥିଲେ। ଏହିପରି ସରକାରଙ୍କ ବହୁ ଜନହିତକର ଯୋଜନା ଥିବାବେଳେ ଜଣେ ଅଧିକାରୀ ନିସ୍ୱାର୍ଥପର ଭାବେ ଓ ଆନ୍ତରିକ ସହ କାର୍ଯ୍ୟ କଲେ ଏହିପରି ବହୁ ଅନାଦି ଉପକୃତ ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ