ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଖଲ୍ଲିକୋଟ (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଦାରିଦ୍ର୍ୟତାର କରୁଣ ଦୃଶ୍ୟ | ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମର ମିଟୁ ସାହୁଙ୍କ ପୁଅ ଦୀର୍ଘ ଦିନ ଧରି ଦାରିଦ୍ର୍ୟର ତାଡନା ସାଙ୍ଗକୁ ବାପା ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରିଥାଏ | ବାପା ମିଟୁ ମୃତ୍ୟୁବରଣ କରିବା ପରେ ଭିକୁ ଓ ତାର ବିଧବା ମା ଓ ଦୁଇ ଭାଇ,ଭଉଣୀଙ୍କୁ ନେଇ ବେସାହାରା ହୋଇପଡ଼ିଥିଲା | ତେବେ ଭିକୁ ପାଠପଢା ରେ ଡୋରି ବାନ୍ଧି ପରିବାର ର ଭରଣ ପୋଷଣ ପାଇଁ କାମ ଅନ୍ବେସ୍ଵନ ରେ ଖଲ୍ଲିକୋଟ ସହରକୁ ଚାଲି ଆସିଥିଲା | ସେହିଦିନ ଠାରୁ ଖଲ୍ଲିକୋଟ ବସ ସ୍ଟାନ୍ଡ ଠାରେ ଥିବା ଏକ ଚା ଦୋକାନ ରେ କାମ କରି ପରିବାର ପୋଷି ଆସୁଥିଲା | ତେବେ ଦୀର୍ଘ ଦିନ ଧରି ଚା ଦୋକାନ ରେ କାମ କରି ବର୍ତମାନ ସେ ୧୮ ବର୍ଷ ର ଯୁବକ | ତେବେ ଦୀର୍ଘ ସମୟ ଧରି ଚା ହୋଟେଲ ରେ ଠିଆ ହୋଇ କାମ କରିବା ଫଳରେ ତାର ବାମ ଗୋଡ଼ର ଏକ ସିରା ବ୍ୟଥା ବାହାରିଥିଲା | ପରେ ପରେ ସିରା ଫାଟି ଏକ କ୍ଷତ ସୃଷ୍ଟି କରିବା ଫଳରେ ଡାକ୍ତରଖାନା କୁ ଯାଇ ପରାମର୍ଶ ନେବା ପରେ ଡାକ୍ତର ତାଙ୍କୁ ଗୋଡ କୁ ଅପରେସନ ନ କଲେ ଗୋଡ ଟି ସମ୍ପୂର୍ଣ ଅଚଳ ହୋଇଯିବ ବୋଲି କହିବା ପରେ ବିଚରା ଭିକୁ ର ପାଦ ତଳୁ ମାଟି ଖସିଯାଇଥିଲା | ତେବେ ବିକ୍ରମପୁର ଗ୍ରାମ ର ସମାଜସେବୀ ଅଶେଷ କୁମାର ଆଚାର୍ଯ୍ୟ ସହଯୋଗ ର ହାତ ବଢ଼ାଇ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ | ଗତକାଲି ଶ୍ରୀ ଆଚାର୍ଯ୍ୟ ରୋଗଗ୍ରସ୍ତ ଭିକୁ କୁ ଭୁବନେଶ୍ୱରସ୍ଥିତ ଏମ୍ସ ଡାକ୍ତରଖାନା ରେ ଦେଖାଇବା ପରେ ଡାକ୍ତରମାନେ ଭିକୁ ର ୨ଟି ଯାକ ଗୋଡ ସଂକ୍ରମିତ ହୋଇଥିବା କଥା ପ୍ରକାଶ କରିବା ପରେ ଭିକୁ ଭୋ ଭୋ ହୋଇ କାନ୍ଦି ଉଠିଥିଲା | ଡାକ୍ତରମାନେ ଲେଜର ଟ୍ରିଟ୍ମେଣ୍ଟ କିମ୍ବା ଅପରେସନ କଲେ ପ୍ରାୟ ୬ଲକ୍ଷ ଟଙ୍କା ଖର୍ଚ ହେବ ବୋଲି କହିଥିଲେ | ତେବେ ଭିକୁ କୁ ରାଜ୍ୟ ବାହାରକୁ ନେଇ ଚିକିସ୍ଛା କରିବା ପାଇଁ ଉଦ୍ୟମ ଚଳାଇଥିବା ପ୍ରକାଶ | ବେସାହାରା ଭିକୁ ର ମୁଣ୍ଡ ଗୁଞ୍ଜିବା ପାଇଁ ଭିଟାମାଟି ଖଣ୍ଡିଏ ନାହିଁ | ବିକ୍ରମପୁର ଗ୍ରାମ ର ଏକ ଭଙ୍ଗା ଚାଳ ଘରେ ଆଶ୍ରୟ ନେଇଛନ୍ତି ଭିକୁ ର ବିଧବା ମା ଓ ଦୁଇ ଭାଇ ଭଉଣୀ | କେବଳ ମୁଠାଏ ଚାଉଳ ଓ ଭତ୍ତା ଟଙ୍କାକୁ ନେଇ ଚଳେ ଭିକୁ ର ପରିବାର |