ଚିକିତ୍ସା ରେ ଅର୍ଥ ସାଜିଛି ବାଧକ ;ଅପେକ୍ଷା ସରକାରୀ ସହାୟତା କୁ

ବୁଗୁଡା,(ଅନିଲ କୁମାର ମହାରଣା): ଦୁଇବର୍ଷ ପୂର୍ବେ ପାଣିଭାବି ପିଇଦେଇଥିଲେ ଏସିଡ । ଯାହା ଫଳରେ ପାକସ୍ଥଳୀ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ୧୯ ବର୍ଷର ଯୁବକ ବସନ୍ତ ଗୌଡ଼ । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଳକର ଭାମଶ୍ୟାଳି ଗ୍ରାମ ପଞ୍ଚାୟତର କୁଆନଳା ଗ୍ରାମର ବସନ୍ତ ଗୌଡ଼ଙ୍କ ପରିବାର ଅତ୍ୟନ୍ତ ଗରୀବ ହୋଇଥିବା ବେଳେ ବାପା ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଅର୍ଥର ଅଭାବ ଯୋଗୁଁ ବସନ୍ତଙ୍କ ପାକସ୍ଥଳୀ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁନାହିଁ । ପ୍ରଥମ ଚିକିତ୍ସା ପରେ ଦୁଇ ବର୍ଷ ହେଲା ବସନ୍ତ ଖାଦ୍ୟ ନଳୀ ଦ୍ୱାରା କେବଳ ତରଳ ଖାଦ୍ୟ ଖାଇ ଯନ୍ତ୍ରଣା ଭୋଗି ବଞ୍ଚି ରହିବା ବ୍ୟତୀତ ଅନ୍ୟ କିଛି କରିବା ସମ୍ଭବ ନୁହେଁ । ବର୍ତ୍ତମାନ ୧୯ ବର୍ଷ ହୋଇଥିବା ବେଳେ ସାରା ଜୀବନ ଏହିପରି ଯନ୍ତ୍ରଣାରେ ବଞ୍ଚିବା ଅପେକ୍ଷା ମରିଯିବା ଭଲ ଭାବି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ଗ୍ରାମ ଲୋକଙ୍କ ଯୋଗୁଁ ବସନ୍ତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ସତ, ହେଲେ ଯନ୍ତ୍ରଣା ପାଇଁ ପୁନର୍ବାର ବସନ୍ତ ସେହିପରି ପନ୍ଥା ଅବଲମ୍ବନ କରିବା ଅସମ୍ଭବ ନୁହେଁ । ପରିବାର ଲୋକେ ଅର୍ଥ ଖର୍ଚ୍ଚ କରି ବସନ୍ତଙ୍କ ଚିକିତ୍ସା କରିବା ଅବସ୍ଥାରେ ନାହାଁନ୍ତି । ଏହିପରି ସ୍ଥଳେ ସରକାରଙ୍କ ବିନା ସାହାଯ୍ୟରେ ବସନ୍ତଙ୍କ ପାକସ୍ଥଳୀ ଅପରେସନ କରିବା ସମ୍ଭବ ନୁହେଁ। ବସନ୍ତଙ୍କ ଚିକିତ୍ସା ପାଇଁ ପ୍ରଶାସନ ଓ ଲୋକ ପ୍ରତିନିଧି ମାନେ ସରକାରୀ ସାହାଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରି ପାରିଲେ ୧୯ ବର୍ଷ ବୟସ୍କ ବସନ୍ତ ଗୌଡ଼ ନୂତନ ଜୀବନ ଫେରି ପାଇପାରିବେ ବୋଲି ପରିବାର ଓ ଗ୍ରାମବାସୀ ଆଶା ପୋଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ