ଚିତ୍ରଶିଳ୍ପୀ ବିକ୍ରମ କେଶରୀ ରାଉତରାୟଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର, : ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଚିତ୍ରଶିଳ୍ପୀ ବିକ୍ରମ କେଶରୀ ରାଉତରାୟଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ପଞ୍ଚାନନ ସାମଲ ଶିଳ୍ପୀ ବିକ୍ରମ କେଶରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ପୁଷ୍ପମାଲ୍ୟ ଦେଇ ଦିବଙ୍ଗତ ଶିଳ୍ପୀଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ବିକ୍ରମ କେଶରୀ ଜଣେ ନିରବଚ୍ଛିନ୍ନ କଳା ସାଧକ, ମେଳାପୀ ଓ ମିଷ୍ଟଭାଷୀ ମଣିଷ ଥିଲେ । ତାଙ୍କର ଅକାଳ ବିୟୋଗରେ ଶିଳ୍ପୀ ମାନସ ତଥା କଳାପ୍ରେମୀମାନଙ୍କୁ ଗଭୀର ମର୍ମାହତ କରିଛି ବୋଲି ଅଧ୍ୟକ୍ଷ ଶ୍ରୀ ସାମଲ ପ୍ରକାଶ କରିଥିଲେ । ଅଧୁନା ସେ କେନ୍ଦ୍ର ଲଳିତ କଳା ଏକାଡ଼େମୀର ଫେଲୋସିପ୍ ପାଇଆସୁଥିବା ବେଳେ ଅନେକ କଳା ଶିବିରରେ ନିଜକୁ ଚଳଚଞ୍ଚଳ ରଖୁଥିଲେ । ତାଙ୍କର ଅନୁପସ୍ଥିତ ଜଣେ ଦରଦୀ ମଣିଷର ଶୂନ୍ୟସ୍ଥାନ ସଷ୍ଟି କରିଛି ବୋଲି ଅଧ୍ୟାପକ ପ୍ରଦୀପ ସାହୁ, ଚନ୍ଦନ କୁମାର ସାମଲ, ମାନସ ରଞ୍ଜନ ନାୟକ, ଅଧ୍ୟାପିକା ସସ୍ମିତା କାମିଳା ଓ ଛାତ୍ରଛାତ୍ରୀମାନେ ମତ ପ୍ରକାଶ କରିଥିଲେ ।

ଚିତ୍ରଶିଳ୍ପୀ ବିକ୍ରମ କେଶରୀ ରାଉତରାୟଙ୍କ ବିୟୋଗରେ ଶୋକସଭା
ଚିତ୍ରଶିଳ୍ପୀ ବିକ୍ରମ କେଶରୀ ରାଉତରାୟଙ୍କ ବିୟୋଗରେ ଶୋକସଭା
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ