ଚିନ୍ମୟ ମିଶନର ତ୍ରିଦିବସୀୟ ସାଧନା ଦିବସ ଉଦ୍ଯାପିତ
ବାଲେଶ୍ୱର: ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀଙ୍କ ୨୬ତମ ମହାସମାଧି ଦିବସ ଅବସରରେ ବାଲେଶ୍ୱର ଚିନ୍ମୟ ମିଶନ ତରଫରୁ ସହଦେବଖୁଣ୍ଟା ସ୍ଥିତ ଡାକ କର୍ମଚାରୀ ସଂଘ ଗୃହରେ ଗତ ୩ ତାରିଖରୁ ୫ତାରିଖ ପର୍ଯ୍ୟନ୍ତ୍ର ତ୍ରିଦିବସୀୟ ସାଧନା ଶିବିର ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ଆଚାର୍ଯ୍ୟ ଚିନ୍ମୟ ମିଶନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ଭଜନ ଓ ମିଶନର ସଭ୍ୟ ପର୍ଶୁରାମ ପାତ୍ରଙ୍କ ଦ୍ୱାରା ସହଜ ଓ ସରଳ ଯୋଗାଭ୍ୟାସ ଶ୍ରଦ୍ଧାଳୁମାନଙ୍କୁ ଶିକ୍ଷା ଦିଆଯାଇଥିଲା ଭୁବନେଶ୍ୱରସ୍ଥିତ ମିଶନର ସ୍ୱାମୀ ଜଗଦୀଶାନନ୍ଦ ତିନି ଦିନବ୍ୟାପୀ ସକାଳ ଓ ସନ୍ଧ୍ୟାରେ ପ୍ରବଚନ ଦେଇଥିଲେ । ଗୁରୁପାଦୁକା ପୂଜାର୍ଚ୍ଚନା ସହିତ ଗୁରୁଙ୍କ ନାମାର୍ଚ୍ଚନା କରାଯାଇଥିଲା । ଏଥିରେ ସଭାପତି ଡା. ବେଣୁମାଧବ ଶତପଥୀ, ଡ. ପ୍ରଭାକର ରଥ, ଗଙ୍ଗାଧର ପୃଷ୍ଟି, ପ୍ରଫୁଲ୍ଲ କୁମାର ଦାସ, ଡ. କ୍ଷୀତିଶ୍ୱର ଦାଶ, ହରିଶ୍ଚନ୍ଦ୍ର ସାହୁ, ରଜନୀକାନ୍ତ ବେହେରା, ଜଗଦୀଶ ପ୍ରସାଦ ଖଣ୍ଡେଲୱାଲ୍, ଅଞ୍ଜନା ଦାସ, ଦିପ୍ତା କୁଣ୍ଡୁ, ରଶ୍ମିରେଖା ସାହୁ, ନାରାୟଣ ପ୍ରସାଦ ସେଠୀ, ଗୌରଚନ୍ଦ୍ର ଦାଶ, ଦିବାକର ମହାପାତ୍ର, ବଂଶୀଧର ମହାପାତ୍ର, ବେଣୁଧର ପାଲ୍, ବିଜୟ କୁମାର ଦାସଅଧିକାରୀ, ପୁଷ୍ପାରାଣୀ ସେନାପତି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଚଞ୍ଚଳ ବର୍ଦ୍ଧନ, ଉମାକାନ୍ତ ଲେଙ୍କା, ବଳରାମ ଜେନା, ମାନସ କୁମାର ପାତ୍ର, ତେଜସ୍ୱିନୀ, ଗିରିଶ ସମେତ ୫୦ରୁ ଊଦ୍ଧ୍ୱର୍ ମିଶନର ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ । ଉଦ୍ଯାପନ ଦିବସରେ ମିଶନର ବାଲେଶ୍ୱର ଶାଖା ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।