ଚେନ୍ନାଇ ରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ତିଳେସ୍ବର  ଗ୍ରାମର ଜଣେ ଯୁବକଙ୍କ ଚେନ୍ନାଇ ଗିନ୍ଧିରେ ମୃତ୍ୟୁ ଘଟିଛି l ଯୁବକ ଜଣକ ହେଲେ କୃଷ୍ଣ ଚନ୍ଦ୍ର ମଲିକ(୩୦) l ସୋମବାର ସକାଳୁ ସେ କାମ କରିବା ପାଇଁ ନେଡ଼ାବାକୁମ  ଯାଇଥିଲେ ସେଠାରେ ସେ କାମ କରିବା ବେଳେ ସେଠାକାର ଠିକାଦାର ଖାଇବାକୁ ନଦେଇ ଅଧିକା କାମ କରିବା ପାଇଁ କହିଥିଲେ ଫଳରେ କୃଷ୍ଣ ବାଧ୍ୟ ହୋଇ କାମ କରିଥିଲେ l ସେ କାମ କରିବା ସମୟରେ ମୁର୍ଚ୍ଛା ହୋଇ ପଡିଯାଇଥିଲେ l କାମ କରୁଥିବା ଲୋକେ କୃଷ୍ଣ କୁ ଉଠାଇ ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର କୃଷ୍ଣ କୁ ମୃତ ଘୋଷଣା କରିଥିଲେ l ଏନେଇ କାମ କରୁଥିବା ଲୋକେ ଠିକାଦାରଙ୍କୁ ଜଣାଇ ଥିଲେ ମଧ୍ୟ ମୃତ ଦେହ ଗ୍ରାମକୁ ପଠାଇବା ପାଇଁ କୌଣସି ପଦକ୍ଷେପ ନ ନେବା ସହ କୌଣସି ପ୍ରକାର ଆର୍ଥିକ ସହାୟତା କରିନଥିଲେ l ଫଳରେ ସେଠାରେ ରହୁଥିବା କୃଷ୍ଣ ଙ୍କ ଭାଇ, ତାଙ୍କ ଗ୍ରାମର କିଛି ଲୋକ ଓ ସମ୍ପର୍କୀୟ ଙ୍କ ସହ ସେଠାରେ ସବ ସଂସ୍କାର କରିଥିଲେ l ସେ ବହୁ ବର୍ଷ ଧରି ସେଠାରେ କାମ କରି ପରିବାର ଭରଣ ପୋଷଣ କରୁଥିବା ବେଳେ ଗାଁ ରେ ତାଙ୍କ ବାପା, ମା, ସ୍ତ୍ରୀ ଓ ଝିଅ ରହୁଛନ୍ତି l କୃଷ୍ଣ ପରିବାରର ଏକ ମାତ୍ର ରୋଜଗାର  କ୍ଷମ ଥିବା ବ୍ୟକ୍ତି ଥିବାରୁ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି l ତାଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ